ଦଳରୁ ବାହାରିବେ କି ରୋହିତ-କୋହଲି ? କାହିଁକି ଏମିତି ଇଶାରା ଦେଲେ ଗମ୍ଭୀର
1 min read![](https://nandighoshatv.com/wp-content/uploads/2025/01/india-1024x576.jpg)
ନନ୍ଦିଘୋଷ ବ୍ୟୁରୋ: ସିଡନୀ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫିର ସିରିଜ ହାରିଛି । ଲଜ୍ଜାଜନକ ପରାଜୟ ଯେତିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ରୋହିତ-କୋହଲିଙ୍କ ପ୍ରଦର୍ଶନ ଏହାଠାରୁ ଅଧିକ ଗଣମାଧ୍ୟମରେ ହେଡଲାଇନ ପାଲଟିଛି । ୩-୧ରେ ଅଷ୍ଟ୍ରେଲିଆ ସିରିଜ ଜିତିଥିବାବେଳେ ଓ୍ବାଲ୍ଟ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ନିଜର ସ୍ଥାନକୁ ପକ୍କା କରିଛି । ବିରାଟ ଏବଂ ରୋହିତ ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ ହୋଇଥିଲେ । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଅବସର ନେବା ସମୟ ଆସି ଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରୋହିତ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି କି, ଏବେ ଫର୍ମ ନାହିଁ ମାତ୍ର ଖେଳ କେତେବେଳେ କଣ ହେବ ତାହା ଜଣାନଥାଏ । ସେପଟେ କିନ୍ତୁ ଗମ୍ଭୀରଙ୍କ ଇଶାରା କିଛି ନିଆରା ସୂଚନା ଦେଇଛି ।
What does the future look like for senior players in the team? Heach Coach @GautamGambhir responds! 🗣
🎥 Watch the full press conference on the #StarSports YouTube channel.#AUSvINDonStar #ToughestRivalry #BorderGavaskarTrophy #AUSvIND pic.twitter.com/28YxpdA928
— Star Sports (@StarSportsIndia) January 5, 2025
ଗମ୍ଭୀରଙ୍କୁ ପଚରା ଯାଇଥିଲା କି, ରୋହିତ ଏବଂ କୋହଲିଙ୍କ ଭବିଷ୍ୟତ କଣ ? ଏହାର ଉତ୍ତରରେ ଗମ୍ଭୀର କହିଥିଲେ କି, କାହାର ଭବିଷ୍ୟତ କହି ହେବ ନାହିଁ । କିନ୍ତୁ ଏବେ ଯୁବ ଖେଳାଳିମାନେ ଦଳରେ ସ୍ଥାନ ପାଇବା ପାଇଁ ଚାହିଁ ରହିଛନ୍ତି । ଅନେକ ଖେଳାଳି ଦଳରେ ସ୍ଥାନ ପାଇବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି । ଟିମ ଇଣ୍ଡିଆର ଭଲ ପ୍ରଦର୍ଶନ ପାଇଁ ଚିନ୍ତା କରାଯାଉଛି । ଆଶା କରାଯାଉଛି କି, ଟିମ ଇଣ୍ଡିଆର ହିତ ପାଇଁ ସମସ୍ତେ ନିଜର ସହଯୋଗ କରିବା ଉଚିତ । ଅର୍ଥାତ ସିନିୟର ଖେଳାଳି ଅବସର ଘୋଷଣା କରନ୍ତୁ ବୋଲି ଏଭଳି କିଛି ଇଶାରା ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।