ଆଇପିଏଲରେ କିଣିଲେନି ଦଳ ଏବେ ବିଜୟ ହଜାରେ ଟ୍ରଫିରେ ମାରିଲେ ହ୍ୟାଟ୍ରିକ୍ ଶତକ

ନନ୍ଦିଘୋଷ ବ୍ୟୁରୋ: ତିନି ବର୍ଷ ହେବ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ କରୁଛନ୍ତି ସଂଘର୍ଷ । ଆଉ ୨୦୨୫ ଆଇପିଏଲରେ ହୋଇଛନ୍ତି ଅନସୋଲ୍ଡ । କିନ୍ତୁ ଏବେ ବିଜୟ ହଜାରେ ଟ୍ରଫିରେ ଚମକୁଛି ବ୍ୟାଟ୍ । ଘାତକ ବୋଲରଙ୍କୁ ଘାଇଲା କରିଛନ୍ତି । ତେବେ ଏହି ଖେଳାଳି ଜଣକ ହେଉଛନ୍ତି ମୟଙ୍କ ଅଗ୍ରଓ୍ବାଲ । ହ୍ୟାଟ୍ରିକ୍ ଶତକ ମାରି ରେକର୍ଡ କରିଥିବାବେଳେ ତାଙ୍କୁ ଛୁଟିଛି ପ୍ରଂଶସାର ସୁଅ । କର୍ଣ୍ଣାଟକ ଦଳର ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ହାଇଦ୍ରାବାଦ ବିପକ୍ଷରେ ଏକ ଦମଦାର ଶତକ ହାସଲ କରିଛନ୍ତି । ସେ ୧୦୪ ବଲରୁ ୧୨୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୫ ଚୌକା ଏବଂ ୨ ଛକା ରହିଛି । ଏହି ମ୍ୟାଚରେ କର୍ଣ୍ଣାଟକ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୨୦ ରନ ସଂଗ୍ରହ କରିବା ସହ ବିଜୟ ହାସଲ କରିଥିଲା । ଏହା ପୂର୍ବରୁ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ ଏବଂ ଅରୁଣାଞ୍ଚଳ ପ୍ରଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି ।