ପ୍ରବଳ ତୁଷାରପାତ ପାଇଁ ଅଟଳ ଟନେଲରେ ଫସିଛନ୍ତି ହଜାର ହଜାର ସଂଖ୍ଯାରେ ପର୍ଯ୍ୟଟକ
1 min readସିମଲା: ହିମାଚଳ ପ୍ରଦେଶ ମନାଲିରେ ଫସିଛନ୍ତି ପର୍ଯ୍ୟଟକ। ପ୍ରବଳ ତୁଷାର ପାତରୁ ମନାଲିର ସୋଲାଙ୍ଗ ଏବଂ ଅଟଳ ଟନେଲରେ ଫସିଛନ୍ତି ହଜାର ହଜାର ସଂଖ୍ଯାରେ ପର୍ଯ୍ୟଟକ। ପ୍ରାୟ ୧ ହଜାରରୁ ଅଧିକ ଗାଡ଼ି ଫସି ରହିଛି। ପ୍ରବଳ ତୁଷାରପାତ ମଧ୍ୟରେ ୭ଶହ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନର ରେସକ୍ଯୁ ଟିମ।
ମନାଲୀର ସୋଲାଙ୍ଗ ନାଲାଠାରୁ ଆରମ୍ଭ କରି ଲେହ-ମନାଲୀ ଜାତୀୟ ରାଜପଥ ମଧ୍ୟରେ ପ୍ରବଳ ବରଫ ପାତ ହୋଇଥିଲା। ତୁଷାରପାତରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ଅଧିକ ସମ୍ଭାବନା ଥିବାରୁ ଅଟଳ ଟନେଲ ପାଖରେ ସମସ୍ତ ଗାଡିକୁ ପ୍ରଶାସନ ପକ୍ଷରୁ ଅଟକାଯାଇଛି। ଲାହୋଲ ସ୍ପିତି ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଅଟଳ ଟନେଲ ପାଖରେ ପୋଲିସ ଅଟକାଇଥିଲା। ଘଟଣାସ୍ଥଳରେ ମନାଲିର ଉପଜିଲ୍ଲାପାଳ ସମେତ ଅନ୍ୟ ପ୍ରଶାସନିକ ଅଧିକ ଉପସ୍ଥିତ ରହି ପର୍ଯ୍ୟଟକଙ୍କ ଉଦ୍ଧାରକାର୍ଯ୍ୟର ତଦାରଖ କରୁଛନ୍ତି।
ତୁଷାରପାତ ଆରମ୍ଭ ହୋଇଥିବାରୁ ଏହାର ମଜା ନେବାକୁ ମନାଲୀ ଅଂଚଳରେ ପ୍ରାୟ ୧୨ ହଜାରରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି। ଅଟଳ ଟନେଲ, କୋକସର, ସିରସୁ ସମେତ ଅନ୍ୟ ସ୍ଥାନଗୁଡିକ ବୁଲିବାକୁ ପର୍ଯ୍ୟଟକଙ୍କ ଗହଳି ଲାଗିଛି। ପୋଲିସ ସୂଚନା ଅନୁସାରେ ଅଟଳ ଟନେଲ ଦେଇ ୬ ହଜାରରୁ ଅଧିକ ଗାଡ଼ି ଅତିକ୍ରମ କରିଛି। ଏଥି ମଧ୍ୟରୁ ପର୍ଯ୍ୟଟକଙ୍କ ସାଢେ ୩ ହଜାର ଗାଡ଼ି ରହିଛି।