spot_img

Latest Posts

୨୫ରେ ପ୍ରବଳ ବର୍ଷା, କାଲିଠୁ ବଢିବ ଶୀତ

ଭୁବନେଶ୍ବର: ଆଜିଠୁ ପୁଣି ଓଡିଶାରେ ଆରମ୍ଭ ହେବ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଗତକାଲି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ ଆଜି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କୋରାପୁଟ, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୨୫ ତାରିଖରେ ପ୍ରବଳ ବର୍ଷା ନେଇ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ଆକଳନ କରାଯାଇଛି । ହାଲୁକା ମଧ୍ୟମ ଧରଣର ବର୍ଷା ନେଇ ରାୟଗଡ଼ା,ପୁରୀ, ମାଲକାନାଗିରି ,କୋରାପୁଟ,ଖୋର୍ଦ୍ଧା, ନୟାଗଡ଼,କଟକକୁ ସତର୍କତା ଜାରି କରାଯାଇଥିବା ବେଳେ ଆଜିଠୁ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ବର, ଭଦ୍ରକ, ରାୟଗଡ଼ା, ମାଲକାନାଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ପୁଣି ୨୭ ତାରିଖରେ ଆଉ ଏକ ପଶ୍ଚିମାଝଡ ସକ୍ରିୟ ହେବ। ପ୍ରଭାବରେ ରାଜ୍ୟ ଅଧିକାଂଶ ଅଞ୍ଚଳରେ କୋହଲା ପାଗ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ବର୍ଷା ସହ ଶୀତର ପ୍ରକୋପ ଜାରି ରହିଛି। ଆସନ୍ତା କାଲିଠୁ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସହ ଶୀତ ବଢିବ । ବର୍ଷା, ଶୀତ ସହ ଘନ କୁହୁଡି ଅସ୍ତବ୍ୟସ୍ତ କରିବ। ଘନ କୁହୁଡି ନେଇ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ଷାର ପ୍ରଭାବ ଅଧିକ ରହିଥିବାରୁ ଚାଷୀମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ବିଶେଷ କରି ଅମଳ ଫସଲ ଯଥା ସମ୍ଭବ ଘୋଡେଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

Latest Posts

Don't Miss