‘ଘର ନାମ ରାମୟଣ ହୋଇଥିବ,ଶ୍ରୀଲକ୍ଷ୍ମୀକୁ ଆଉ କିଏ ନେଇଯିବ…’କୁମାର ବିଶ୍ୱାସଙ୍କ ବୟାନକୁ ସୁପ୍ରିୟା ଶ୍ରୀନେତଙ୍କ ସମାଲୋଚନା
ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ କବି କୁମାର ବିଶ୍ବାସଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ସେ କହିଛନ୍ତି ନିଜ ପିଲାଙ୍କୁ ରାମାୟଣ ଶୁଣାନ୍ତୁ, ଗୀତା ପଢିବାକୁ ଦିଅନ୍ତୁ ନହେଲେ ଆପଣଙ୍କ ଘରର ନାମ ସିନା ରାମାୟଣ ହେଇଥିବ କିନ୍ତୁ ଶ୍ରୀଲକ୍ଷ୍ମୀକୁ ଆଉ କିଏ ଉଠାଇନେବ । ତାଙ୍କର ଏହି ବୟାନକୁ ନେଇ କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ କୁମାରଙ୍କ ଏହି ବୟାନକୁ ସୋନାକ୍ଷୀଙ୍କ ବିବାହ ସହିତ ତୁଳନା କରିଛନ୍ତି । ସେ କହିଛନ୍ତି ସୋନାକ୍ଷୀକୁ କୁମାର ବିଶ୍ବାସ କଟାକ୍ଷ କରିଛନ୍ତି । ସୁପ୍ରିୟା କହିଛନ୍ତି ଯଦି ଆପଣଙ୍କ ଘରେ ଗୋଟେ ଝିଅ ଥିବ ତାହେଲେ ଆପଣ କଣ ଅନ୍ୟ ଘରର ଝିଅ ବିଷୟରେ ଏମିତି ଟିପ୍ପଣୀ ଦେଇ ପ୍ରଶଂସା ସାଉଁଟିବ । ଏମିତି କରି ଆପଣ କେତେ ତଳ ସ୍ତରର ଲୋକ ପ୍ରମାଣିତ କରି ସାରିଛନ୍ତି ।
କଂଗ୍ରେସ ନେତ୍ରୀ ଆହୁରି କହିଛନ୍ତି କୁମାର ବିଶ୍ବାସଜୀ ସୋନାକ୍ଷୀ ସିହ୍ନାଙ୍କ ଅଲଗା ଧର୍ମକୁ ବିବାହକୁ ନେଇ ଦେଇଥିବା ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାଙ୍କର ଏହି ଟିପ୍ପଣୀକୁ ଶୁଣିଲେ ଲାଗୁଛି ଯେ ତାଙ୍କ ମନରେ ମହିଳାଙ୍କ ପ୍ରତି କେତେ ସମ୍ମାନ ଅଛି । ଆପଣଙ୍କର ଶ୍ରୀଲକ୍ଷ୍ମୀକୁ କିଏ ଉଠାଇନେବ ଭଳି ଯୋଉ ଶବ୍ଦ ବ୍ୟବହାର କରିଛନ୍ତି ତାହା ନାରୀ ଜାତିକୁ ଅପମାନ । ମହିଳା କ’ଣ ଜଣେ ବସ୍ତୁ ଯେ କିଏ ତାକୁ ଉଠାଇନେବ । କେତେଦିନ ପର୍ଯ୍ୟନ୍ତ ଆପଣଙ୍କ ଭଳି ଲୋକ ମହିଳାଙ୍କୁ ପିତା ଏବଂ ସ୍ବାମୀଙ୍କ ସମ୍ପତ୍ତି ଭାବିବେ ।
କଣ ଝିଅଟି ନିଜ ଇଚ୍ଛାରେ ବିବାହ କରିପାରିବନି ?
ସୁପ୍ରିୟା ଶ୍ରୀନେତ ଆହୁରି କହିଛନ୍ତି ବିବାହ ଏକ ପବିତ୍ର ବନ୍ଧନ । କିଏ କାହାକୁ ଉଠାଇ ନିଅନ୍ତିନି । ୨୦୨୪ରେ ଭାରତରେ ଆପଣ ନିଜ ଇଚ୍ଛାରେ ବିବାହ କରିପାରିବେ । ଏହାକୁ ନେଇ ଆପଣ ପ୍ରଶ୍ନ କରିପାରିବେ ନାହିଁ । କଣ ଗୋଟେ ଝିଅର ଏତିକି ଅଧିକାର ନାହିଁ ଯ, ସେ ତା ମନପସନ୍ଦର ପୁଅକୁ ବିବାହ କରିପାରିବ । ବା କୋଉ ଝିଅ କ’ଣ ଖାଇବ, କ’ଣ ପିନ୍ଧିବ, କାହାକୁ ଭଲପାଇବ ତାର ନିର୍ଣ୍ଣୟ କ’ଣ ଆପଣ କରିବେ ?
କଂଗ୍ରେସ ନେତା ଆହୁରି କହିଛନ୍ତି ଯଦି ଆପଣ ସଂସ୍କାରର ଭାଷା କହୁଛନ୍ତି ତାହେଲେ ଏହା କେମିତି ସମ୍ଭବ ହେଲା ଆପଣଙ୍କ ବାଉନ୍ସର ଏକ ଡାକ୍ତର ପରିବାର ସହିତ ମାରପିଟ କଲା । ସିଏ ଆପଣଙ୍କ ଷ୍ଟାଫ ହେଇ ମଧ୍ୟ ଏହା କେମତି କଲା ? ଆପଣ ଦେଇଥିବା ସାର୍ଟିଫିକେଟ ନା ଶତ୍ରୁଘ୍ନ ସିହ୍ନାଙ୍କୁ ଦରକାର ନା ତାଙ୍କ ଝିଅ ସୋନାକ୍ଷୀ ସିହ୍ନାଙ୍କୁ । ଆପଣଙ୍କଠାରୁ ୧୭ବର୍ଷ ସାନ ଝିଅକୁ ଦେଇଥିବା ଟିପ୍ପଣୀ ଆପଣଙ୍କ ହୀନ ଚିନ୍ତାଧାରାକୁ ଦର୍ଶାଉଛି ।
ରାମଙ୍କ ଭଳି ମର୍ଯ୍ୟାଦା ବା ଶାଳୀନତା ନାହିଁ :
ପର ଛୁଆଙ୍କୁ ଆକ୍ଷେପ କରିବା ଚକ୍କରରେ ଆପଣ ରାମାୟଣରରେ ଥିବା ଭଲପାଇବା, ସମ୍ମାନ ଏବଂ ସଂସ୍କାରକୁ ଭୁଲିଯାଇଛନ୍ତି । ଆପଣ ରାମାୟଣର ଅଧ୍ୟୟନ କରିଛନ୍ତି କିନ୍ତୁ ତାହାର ମହତ୍ତ୍ବ ବୁଝିପାରିନାହାନ୍ତି । ଆପଣଙ୍କ ଭିତରେ ରାମଙ୍କ ଭଳି ମର୍ଯ୍ୟାଦା ବା ଶାଳୀନତା ନାହିଁ । ଦୁଇ ମିନିଟର ଶସ୍ତା ତାଳି ପାଇଁ ହୀନ ମାନସିକତା ଦେଖାଇଛନ୍ତି ।