ସଂସଦରେ ପଡି ଯାଇ ଆହତ ସାଂସଦ ପ୍ରତାପ ଷଡଙ୍ଗୀ, କହିଲେ ରାହୁଲ ଠେଲିଦେଲେ
1 min readନୂଆଦିଲ୍ଲୀ: ସଂସଦରେ ପ୍ରତାପ ଷଡ଼ଙ୍ଗୀ ଆହତ । ଗୃହରେ ଥିବା ସିଡିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ । ସଂସଦରେ ଠେଲାପେଲା ପରେ ଜଣେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ରାହୁଲ ଗାନ୍ଧୀ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।
ସଂସଦର ପ୍ରବେଶ ପଥରେ ବିକ୍ଷୋଭ ଚାଲିଥିଲା । ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ । ସାଂସଦ ଜଣଙ୍କ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ । ବିରୋଧୀ ଆମ୍ଵେଦକର ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ହ୍ବିଲଚେୟାରରେ ବସାଇ ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ଚିକିତ୍ସା ପାଇଁ ନିଆଯାଇଛି ।
ସେପଟେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଭାଜପା ସାଂସଦ ତାଙ୍କୁ ଧମକାଇଛନ୍ତି । ସଂସଦର ମୁଖ୍ୟ ପ୍ରବେଶ ଦ୍ବାର ମକରଦ୍ବାରରେ ତାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନଥିଲା । କଂଗ୍ରେସ ଅଧ୍ୟକ୍ଷ ମଲିକ୍କାର୍ଜୁନ ଖଡଗେ ମଧ୍ୟ କହିଛନ୍ତି ବିଜେପି ସାଂସଦ ମାନେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଜାଣିଶୁଣି ଠେଲାପେଲ୍ଲା କରିଥିଲେ । ଏହାରି ମଧ୍ୟରେ ସଂସଦର ଉଭୟ ଗୃହ ଦିନ ୨ଟା ପର୍ଯ୍ୟନ୍ତ ମୂଲତବୀ କରାଯାଇଛି ।
ସଂସଦର ଶୀତକାଳୀନ ଅଧିବେଶନର ଆଜି ୧୯ତମ ଦିନ ଅଟେ । ବାବା ସାହେବ ଆମ୍ବେଦକରଙ୍କୁ ଅପମାନ ନେଇ ବିବାଦ ଜାରି ରହିଛି । ବିରୋଧୀ ସାଂସଦ ସଂସଦ ବାହାରେ ବିରୋଧ ମାର୍ଚ୍ଚ କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନୀଳ ପୋଷାକ ପିନ୍ଧି ସଂସଦରେ ପହଞ୍ଚିଛନ୍ତି ।