କ୍ୟାନ୍ସର ପାଇଁ ଆସିଲା ଟିକା, ଲୋକମାନଙ୍କୁ ମାଗଣାରେ ଟିକା ଯୋଗାଇବ ଏହି ଦେଶ
1 min readନନ୍ଦିଘୋଷ ବ୍ୟୁରୋ : ଋଷର ସ୍ବାସ୍ଥ୍ୟ ମନ୍ତ୍ରାଳୟ କ୍ୟାନ୍ସର ପାଇଁ ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଆସନ୍ତା ମାସରେ ଋଷର ନାଗରିକମାନଙ୍କୁ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ । ଏହି ଟିକା କ୍ୟାନ୍ସର ରୋଗୀଙ୍କୁ ଦିଆଯିବ ନାହିଁ । ବରଂ କ୍ୟାନ୍ସର ରୋକିବା ପାଇଁ ଏହି ଟିକାକୁ ବ୍ୟବହାର କରାଯିବ । ଋଷ ରେଡିଓଲୋଜି ରିସର୍ଚ ସେଣ୍ଟରର ମହାନିର୍ଦ୍ଦେଶକ ଏଣ୍ଡ୍ରି କାପ୍ରିନ ଏହି ବିଷୟରେ ସୂଚନା ଦେଇଛନ୍ତି । କେଉଁ ଭଳି କ୍ୟାନ୍ସର ପାଇଁ ଏହାକୁ ବ୍ୟବହାର କରାଯିବ ଓ ଏହାର ନାମ କଣ ତାକୁ ନେଇ ପ୍ରଶ୍ନ ଉଠିଛି ?
ଗାମାଲେୟା ରିସର୍ଚ ସେଣ୍ଟର ଫର୍ ଏପିଡେମିୟୋଲୋଜି ଏଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଏଲାକଜେଣ୍ଡର ଜିଟ୍ସବର୍ଗ ଟିକାକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷା କରାଯାଇଛି । ଏହି ଟିକା ଟ୍ୟୁମର ବୃଦ୍ଧି ଓ ସମ୍ଭାବ୍ୟ ମେଟାସାସିସ୍ ଦମନ କରିଥାଏ ।
ଏହା ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରିଥିଲେ, ଋଷର ବୈଜ୍ଞାନିକମାନେ କ୍ୟାନ୍ସର ଟିକା ସୃଷ୍ଟି କରିବାକୁ ଯାଉଛନ୍ତି । ଏହି ଟିକା ଖୁବଶିଘ୍ର ରୋଗୀଙ୍କ ପାଇଁ ଉପଲବ୍ଧ ହେବ । ତେବେ କେଉଁ ପ୍ରକାର କ୍ୟାନ୍ସର ପାଇଁ ଏହା ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏହା ବ୍ୟତିତ ଏହାର ନାମ ପ୍ରକାଶ କରାଯାଇ ନାହିଁ ।