ଆସନ୍ତାକାଲି ସଂସଦରେ ଆଗତ ହେବ ଗୋଟିଏ ଦେଶ ଗୋଟିଏ ଇଲେକସନ୍ ବିଲ
ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦରେ ଆଗତ ହେବ ଗୋଟିଏ ଦେଶ ଗୋଟିଏ ଇଲେକସନ୍ ବିଲ। ଲୋକସଭାରେ ଆସିବ ୱାନ ନେସନ ୱାନ ଇକେଲକସନ ବିଧେୟକ। ମଧ୍ୟାହ୍ନ ୧୨ଟା ସମୟରେ ଲୋକସଭାରେ ଆଗତ ହୋଇପାରେ ଏହି ବିଲ। କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଧେୟକ ଆଗତ କରିପାରନ୍ତି। ଏ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ପାଇଁ ନିଜ ଦଳୀୟ ସାଂସଦଙ୍କ ପାଇଁ ଜାରି ହୋଇଛି ହ୍ଵିପ। ଏହି ବିଲ ଲୋକସଭାରେ ଆଗତ ପରେ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ କମିଟି ନିକଟକୁ ପଠାଯାଇପାରେ।ଏହି ବିଲକୁ ଲୋକସଭାରେ ଉପସ୍ଥାପନ କରିବା ପରେ ସଂସଦର ମିଳିତ କମିଟିକୁ ପଠାଇବାକୁ ଅନୁରୋଧ କରିପାରନ୍ତି ଆଇନମନ୍ତ୍ରୀ।
ସଂସଦରେ ସାଂସଦଙ୍କ ସଂଖ୍ଯା ନେଇ ଏକ ମିଳିତ କମିଟି ଗଠନ କରାଯିବ। ସବୁଠାରୁ ବଡ଼ ଦଳ ଭାବେ ବିଜେପିରୁ ଏହି କମିଟିର ଅଧ୍ୟକ୍ଷ ରହିବା ସମ୍ଭାବନା ରହିଛି। ଅନ୍ୟ ଦଳରୁ କିଏ ରହିବେ ସଦସ୍ୟ ଏ ନେଇ ବାଚସ୍ପତି ଅନ୍ୟ ଦଳମାନଙ୍କ ଠାରୁ ପ୍ରସ୍ତାବିତ ନାମ ସଂଗ୍ରହ କରିବେ। ଯଦି କୌଣସି ଦଳ ନିଜ ନିଜର ସଦସ୍ୟଙ୍କ ନାମ ପ୍ରସ୍ତାବ ନଦିଅନ୍ତି ତେବେ ବାଚସ୍ପତି ତାଙ୍କ ଇଚ୍ଛା ଅନୁସାରେ ସଦସ୍ୟ ଚୟନ କରିବେ। ବିଲ ଆଗତ ଦିନ ସଂଧ୍ୟାରେ ବାଚସ୍ପତି କମିଟି ଗଠନ ନେଇ ଘୋଷଣା କରିବେ। କମିଟିର ପ୍ରସ୍ତାବିତ କାର୍ଯ୍ୟକାଳ ୯୦ ଦିନ ରହିଥିବାବେଳେ ଆବଶ୍ୟକସ୍ଥଳେ ଏହାକୁ ବୃଦ୍ଧି କରାଯାଇପାରେ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୱାନ ନେସନ ୱାନ ଇଲେକସନ୍ ନେଇ ପ୍ରସ୍ତାବ ଗ୍ରହଣ କରିବାକୁ କମିଟି ଗଠନ କରାଯାଇଥିଲା। ଏଥିରେ ଦେଶରେ ଥିବା ୩୨ ରାଜନୈତିକ ଦଳ ସମର୍ଥନ କରିଥିବାବେଳେ ୧୫ ରାଜନୈତିକ ଦଳ ସମର୍ଥନ କରିନଥିଲେ। ପାର୍ଲାମେଣ୍ଟରେ ଆଗତ ହେଲେ ସମ୍ବିଧାନର ୧୨୯ତମ ସଂଶୋଧନ ବିଲ ହେବ ଏହି ଗୋଟିଏ ଦେଶ ଗୋଟିଏ ଇଲେକସନ ବିଲ।।
ଏହି ବିଲ ଉପରେ ସଂସଦୀୟ ମିଳିତ କମିଟିରେ ଆଲୋନଚା ପରେ ଦୁଇ ସଦସରେ ଆଲୋଚନା ହେବ। ଦୁଇ ସଦନରେ ଗୃହୀତ ହେବାପରେ ବିଲକୁ ସ୍ଵାକ୍ଷର ଲାଗି ରାଷ୍ଟ୍ରପତିଙ୍କ ନିକଟରୁ ପଠାଯିବ। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ପରେ ଏହି ବିଲ ଆଇନରେ ପରିଣତ ହେବ। ଏହି ବିଲ ଆଇନରେ ପରିଣତ ହେଲେ ଆସନ୍ତା ୨୦୨୯ରୁ ଦେଶରେ ଗୋଟିିଏ ଦେଶ ଗୋଟିଏ ନିର୍ବାଚନ ଲାଗୁ ହେବ। ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ଗୋଟିଏ ସମୟରେ ହେବ।