ସିରାଜଙ୍କୁ ଚିଡ଼ାଇଲେ ଅଷ୍ଟ୍ରେଲିୟ ଫ୍ୟାନ୍ସ, ବିରାଟ ଦେଲେ ଏମିତି ଜବାବ
1 min readନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆ ଏବେ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳୁଛି । ସିରିଜ ୧-୧ରେ ବରାବର ରହିଛି । ଏବେ ତୃତୀୟ ମ୍ୟାଚ ଖେଳ ଚାଲିଥିବାବେଳେ ପ୍ରଥମ ଦିନରେ ବର୍ଷା ବାଧକ ସାଜିଥିଲା । ତେବେ ଦ୍ବିତୀୟ ଦିନରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ଭାରତୀୟ ଖେଳାଳିଙ୍କୁ ଲଗାତାର ଭାବେ ଅଷ୍ଟ୍ରେଲିୟ ଫ୍ୟାନ୍ସମାନେ ଚିଡ଼ାଉଥିବା ଦେଖିବାକୁ ମିଳୁଛି । ତେବେ ଦ୍ବିତୀୟ ଟେଷ୍ଟରେ ହେଡଙ୍କୁ ବୋଲ୍ଡ ସାଙ୍ଗକୁ ବ୍ୟବହାର ପାଇଁ କଙ୍ଗାରୁ ଦଳର ପ୍ରଂଶସକଙ୍କ ଟାର୍ଗେଟରେ ରହିଛନ୍ତି ସିରାଜ । ତାଙ୍କୁ ବାରମ୍ବାର ଭାବେ ଫ୍ୟାନ୍ସମାନେ ଚିଡ଼ାଉଛନ୍ତି । ସିରାଜଙ୍କୁ ’ବୁ’ କହି ଥଟ୍ଟା କରୁଥିବା ଦେଖିବାକୁ ମିଳିଛି । ଯେତେବେଳେ ସେ ପ୍ରଥମ ଓଭର ବୋଲିଂ କରିଥିଲେ ଫ୍ୟାନ୍ସମାନେ ଏଭଳି ବୁ’ କହି ଚିଲାଇବା ଆରମ୍ଭ କରିଥିଲେ । ପରେ ଯେତେବେଳେ ସିରାଜ ବାଉଣ୍ଡୁରୀ ଲାଇନରେ ଫିଲ୍ଡି କରିଥିଲେ ସେତେବେଳେ ମଧ୍ୟ ପ୍ରଂଶସକମାନେ ଚୁପ୍ ହୋଇ ନଥିଲେ ।
India's man with the golden arm! 😍
Nitish Kumar Reddy breaks a flourishing partnership as Marnus Labuschagne departs! 👏#AUSvINDOnStar 👉 3rd Test, Day 2, LIVE NOW! | #ToughestRivalry #BorderGavaskarTrophy pic.twitter.com/p6wNCCZuTp
— Star Sports (@StarSportsIndia) December 15, 2024
ତେବେ ଲାବ୍ରୁସେନ ନୀତିଶ ରେଡ୍ଡିଙ୍କ ବଲରେ ଖେଳିବାକୁ ଯାଉଥିବାବେଳେ ସ୍ଲିପରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ଆଉ ଏହି କ୍ୟାଚଟି ବରାଟ କୋହଲି ଧରିଥିଲେ । ଏହାପରେ ଚିରାଚରିତ ଢ଼ଙ୍ଗରେ ବିରାଟ ଆଗ୍ରେସିଭ୍ ମୁଡରେ ଆସିଥିଲେ । ଆଉ ଚିଲାଉଥିବା ଅଷ୍ଟ୍ରେଲିୟ ଫ୍ୟାନ୍ସଙ୍କୁ ଚୁପ୍ କରାଇଥିଲେ । ପାଟିରେ ଆଙ୍ଗୁଠି ଦେଇ ଫ୍ୟାନ୍ସଙ୍କ ଆଡ଼କୁ ନିର୍ଦ୍ଦେଶ କରିଥିଲେ କୋହଲି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ହେଡଙ୍କ ସହ ସିରାଜଙ୍କ ବିବାଦ ପରେ ଅଷ୍ଟ୍ରେଲିଞ ଫ୍ୟାନ୍ସମାନେ ଲଗାତାର ଭାବେ ସିରାଜଙ୍କୁ ଏଭଳି ଭାବେ ଚିଡ଼ାଉଥିବା ଦେଖିବାକୁ ମିଳୁଛି । ଯେଉଁ କାରଣରୁ ବାଉଣ୍ଡୁରୀ ଲାଇନରେ ଫିଲ୍ଡିଂ କରିବା ଅସୁବିଧା ଉପୁଜାଉଛି ।