ବୋରୱେଲ ଟ୍ରାଜେଡି: ୫୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ବିଫଳ; ବଞ୍ଚିଲାନି ଜୀବନ
ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ୫୭ ଘଣ୍ଟାର ରେସକ୍ୟୁ ଅପରେସନ ପରେ ମୃତ ଉଦ୍ଧାର ହେଲା ଶିଶୁ। ରାଜସ୍ଥାନ ଦୌସା ଅଂଚଳରେ ବୋରୱେଲକୁ ଶିଶୁ ଖସି ପଡିବା ଘଟଣା। ହାରିଗଲା ଜୀବନ। ୫୭ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ମଧ୍ୟ ଶିଶୁ ଆର୍ଯ୍ୟନକୁ ଜୀବନ୍ତ ଉଦ୍ଧାର କରିପାରିଲାନି ରେସକ୍ୟୁ ଟିମ୍ । ରାଜସ୍ଥାନ ଦୌସା କାଲିଘାଟ ଗାଁରେ ଏକ ବୋରୱେଲକୁ ଖସି ପଡିଥିଲା ଆର୍ଯ୍ୟନ।
ସୂଚନା ଅନୁଯାୟୀ, ୫ ବର୍ଷୀୟ ଶିଶୁ ଆର୍ଯ୍ୟନ୍ ଖେଳୁଥିବା ସମୟରେ ବୋରୱେଲକୁ ଖସି ପଡିଥିଲା। ଦେଢଶହ ଫୁଟ ଗଭୀର ବୋରଓ୍ୱେଲ ମଧ୍ୟରେ ସେ ପଡିଯାଇଥିଲା। ଶିଶୁକୁ ଉଦ୍ଧାର ଲାଗି ଗତ ସୋମବାରଠୁ ଚାଲିଥିଲା ରେସକ୍ୟୁ ଅପରେସନ୍। ବିଭିନ୍ନ ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିଲା ଉଦ୍ଧାର କାର୍ଯ୍ୟ। ହେଲେ ଆର୍ଯ୍ୟନକୁ ଜୀବନ୍ତ ଉଦ୍ଧାର କରିପାରିନଥିଲେ। ଉଦ୍ଧାରକାର୍ଯ୍ୟରେ ଏନ୍ଡିଆର୍ଏଫ୍ ସମେତ ଅନ୍ୟ ରସ୍କ୍ୟୁ ଟିମ୍ ଦିନରାତି ଲାଗିଥିଲେ। ଅଚେତ ଅବସ୍ଥାରେ ଉଦ୍ଧାର ପରେ ମେଡିକାଲ ନିଆଯାଇଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ୩ ବର୍ଷ ତଳେ ବୋରୱେଲଟିକୁ ଖୋଳାଯାଇଥିବା ଜଣାପଡିଛି।