ନବରଙ୍ଗପୁରର ବିଶ୍ୱ ପ୍ରସିଦ୍ଧ ଲାଖ ଶିଳ୍ପ ବାଧାପ୍ରାପ୍ତ
ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ର ବିଶ୍ୱ ପ୍ରସିଦ୍ଧ ଲାଖ ଶିଳ୍ପକୁ କଞ୍ଚାମାଲର ଅଭାବ ଯୋଗୁଁ ଲାଖ ଶିଳ୍ପ ବାଧାପ୍ରାପ୍ତ ହୋଇଛି । ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକ ସୀମାନ୍ତରେ ମିଳିଥାଏ । ମାର୍କେଟ ସୁବିଧାର ଅଭାବ ସହିତ ସରକାରଙ୍କ ଅଣଦେଖା ଯୋଗୁଁ ଲାଖ ଜିଲ୍ଲାରେ ବିକ୍ରି ନହୋଇ ପୋଡ଼ାଶୀ ଛତିଶଗଡ଼କୁ ଚାଲାଣ ହେଉଛି । ଯେଉଁ କିଛି ଲାଖ ମିଳୁଛି ଚଢ଼ା ଦରରେ ବିକ୍ରି ହେଉଛି । କଞ୍ଚାମାଲ ଅଭାବରୁ ଚାହିଦା ଅନୁସାରେ ଗ୍ରାହକଙ୍କୁ ସାମଗ୍ରୀ ଯୋଗାଇବାରେ ବିଫଳ ହେଉଛନ୍ତି ଲାଖ ଶିଳ୍ପୀ । ଏହା ସହ ଇକର୍ମସ ମାର୍କେଟରେ ମଧ୍ୟ ନିଜକୁ ସାମିଲ କରିପାରୁନାହାନ୍ତି ଲାଖ ଶିଳ୍ପୀ । ଲାଖ ଶିଳ୍ପୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଲାଖ ଶିଳ୍ପ ପ୍ରଭାବିତ ହୋଇଛି ।
କଞ୍ଚାମାଲ ଅଭାବରୁ ବାଧାପ୍ରାପ୍ତ ହୋଇଛି ଲାଖ କାମ । ପଡ଼ୋଶୀ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଉଥିବାରୁ ଦେଖାଦେଇଛି ଅଭାବ । ନବରଙ୍ଗପୁର ଜିଲ୍ଲାର ଲାଖରେ ତିଆରି ଚୁଡ଼ି, ଗୁରୁବାର ପେଡ଼ି, ଦେବାଦେବୀଙ୍କ ମୂର୍ତ୍ତି, ପଶୁପକ୍ଷୀଙ୍କ ମୂର୍ତ୍ତୀ, କଣ୍ଢେଇ, ଘର କରଣା ସାମଗ୍ରୀ ଚାହିଦା ରହିଛି । ଏହି ସୂକ୍ଷ୍ମ ଲାଖ କାରୁକାର୍ଯ୍ୟ ସାମଗ୍ରୀ ରାଜ୍ୟ ତଥା ଦେଶ ବିଦେଶର ଗ୍ରାହକଙ୍କୁ ମଧ୍ୟ ଆକୃଷ୍ଟ କରିଥାଏ । ବିଶ୍ୱ କପ୍ ହକି ସମୟରେ ନବରଙ୍ଗପୁର ର ଲାଖ ସାମଗ୍ରୀକୁ ବିଦେଶୀ ଖେଳାଳିଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । କଞ୍ଚାମାଲ ଅଭାବରୁ ଏବେ ନବରଙ୍ଗପୁରରେ ଏହି ଲାଖ କାମ ବାଧାପ୍ରାପ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର, ଝରିଗାଁ, ଚାନ୍ଦାହାଣ୍ଡି ବ୍ଲକର ଗାଁ ଗୁଡ଼ିକରେ ଲାଖ ଉପଲବ୍ଧ ହୋଇଥାଏ । ଲାଖକୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଚଲାଣ କରାଯାଉଥିବାରୁ କଞ୍ଚାମାଲର ଅଭାବ ଦେଖାଦେଇଛି । ଯେଉଁ ଲାଖ ମିଳୁଛି, ବଜାର ଦର ଉଚ୍ଚା ରହୁଥିବାରୁ ଶିଳ୍ପୀମାନେ କ୍ଷତି ସହୁଛନ୍ତି ।
ବର୍ତ୍ତମାନର ଇ କମର୍ସ ଯୁଗରେ ଅନ୍ତର୍ଜାତୀୟ ସ୍ତରର ଦ୍ରବ୍ୟ ଉପଲବ୍ଧ ଥିବାରୁ ସମୟ ସହିତ ତାଳ ଦେଇ ନିଜକୁ ସ୍ଥାନିତ କରିବାକୁ ଇଚ୍ଛା ଥିଲେ ମଧ୍ୟ କଞ୍ଚାମାଲ ଅଭାବ ପ୍ରତିବନ୍ଧକ ସାଜିଛି । ଲାଖ ସାମଗ୍ରୀର ଚାହିଦା ବଢୁଥିବା ବେଳେ କଞ୍ଚାମାଲ ଅଭାବ ଯୋଗୁଁ ନୂଆ ଅର୍ଡର ରଖିପାରୁନାହାନ୍ତି ଲାଖ କାରୀଗର । ସ୍ଥାନୀୟ ଚାହିଦାକୁ ପୂରଣ କରିପାରୁନଥିବାରୁ ଲାଖ ଶିଳ୍ପୀମାନେ ହତାଶ ଅନୁଭବ କରିଛନ୍ତି । ଓଡ଼ିଶାର ଏହି ପ୍ରସିଦ୍ଧ ଲାଖ ଶିଳ୍ପକୁ ବଞ୍ଚାଇ ରଖିବାକୁ ସୁଲଭ ମୂଲ୍ୟରେ ଲାଖ ଯୋଗାଇଦେବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଲାଖ ଶିଳ୍ପୀ । ଲାଖ ଶିଳ୍ପୀଙ୍କ ସମସ୍ୟା ବାବଦରେ ଅବଗତ ଅଛନ୍ତି, ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଓରମାସ ଉପନିର୍ଦ୍ଦେଶକ ।