ବିଷ ବଳୟରେ ଅନୁଗୁଳ, ଚାରିଆଡ଼େ ଧୂଆଁ ଧୂଆଁ

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରଦୂଷଣର ବିଷ ବଳୟ ଓଡ଼ିଶାରେ ମାଡ଼ି ଚାଲିଛି । ସ୍ଥିତି ଏମିତି ହେଲାଣି, ପ୍ରଦୂଷଣ ତାଲିକାରେ ଅନୁଗୁଳ ଦେଶରେ ୨ ନମ୍ବର ସ୍ଥାନରେ ପହଞ୍ଚିଛି।  ଚଳିତ ମାସ ପହିଲା ବେଳକୁ ଅନୁଗୁଳର ବାୟୁମଣ୍ଡଳ ସ୍ଵଚ୍ଛ ଥିଲା । ଗତ ୫ ଦିନରେ ପ୍ରଦୂଷଣ ସୀମା ଟପିଛି । ଦିଲ୍ଲୀକୁ ପଛରେ ପକାଇ ରାଜ୍ୟର ସର୍ବାଧିକ ପ୍ରଦୂଷିତ ହୋଇଛି ଶିଳ୍ପର ସହର ଅନୁଗୁଳ । ଏଠାରେ ବାୟୁ ପ୍ରଦୂଷଣ ନୂଆଦିଲ୍ଲୀକୁ ପାର୍ କରି ପ୍ରଦୂଷଣ ସହର ଭାବେ ଦୁର୍ନାମ ମୁଣ୍ଡାଇଛି । ଦେଶର ୬ଟି ସହରରେ ଏକ୍ୟୁଆଇ ୩ ଶହ ଉପରେ ରହିଛି ବାୟୁ ପ୍ରଦୂଷଣ ଉପରମୁହାଁ ହେଉଛି। ବାୟୁ ପ୍ରଦୂଷଣ ରୋକିବାକୁ ସରକାର ସେଭଲି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡ଼ୁଛି । ଗଛଲତାରେ ବହଳ ବହଳ ପାଉଁଶ ଜମିଯାଉଛି । ପ୍ରଦୂଷଣ ତାଲିକାରେ ଅନୁଗୁଳ ଦେଶରେ ୨ ନମ୍ବର ସ୍ଥାନରେ ପହଞ୍ଚିଛି । ରୋଗୀ ଓ ବୟସ୍କ ଲୋକମାନେ ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ଭୋଗୁଛନ୍ତି । ଶିଳ୍ପାଞ୍ଚଳ ମାନଙ୍କରୁ ଉଡ଼ୁଥିବା ଧୂଳିକଣା, ଧୂଆଁ, ଫ୍ଲାଏଆସ୍ ସାଙ୍ଗକୁ ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମସ୍ୟା ବଢ଼ାଇଦେଇଛି । ଶୁକ୍ରବାର ଅପରାହ୍ନରେ ଅନୁଗୁଳରେ ଏୟାର କ୍ୱାଲିଟି ଇନଡେକ୍ସ ୩୧୯ର ପହଞ୍ଚିଥିଲା । ମେଘାଳୟର ବ୍ରିର୍ନି ହାଟ ଏକ୍ୟୁଆଇ ୩୨୨ ସହ ୧ ନମ୍ବରରେ ଥିଲା । ଏକ୍ୟୁଆଇ ୩ ଶହ ଉପରେ ରହିଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଏହାକୁ ସୁଧାରିବାକୁ କାହାର ଆନ୍ତରିକତା ନଥିବା ଅଭିଯୋଗ ହୋଇଛି ।

ଶିଳ୍ପାନୁଷ୍ଠାନ ବୃଦ୍ଧି ଯୋଗୁଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ବଢ଼ିଛି। ଆକାଶ ମେଘୁଆ ରହୁଥିବାରୁ ବାୟୁ ପ୍ରଦୂଷଣ ବଢ଼ିଛି। ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ପାଇଁ ଅନୁଗୁଳରେ ପ୍ରଦୂଷଣ ବଢ଼ୁଛି । ଜିଲ୍ଲାରେ ବହୁଳ ମାତ୍ରାରେ ଭାରୀଯାନ ଚଳାଚଳ କରୁଛି । ନିର୍ମାଣ କାମ ଜୋରସାର୍ରେ ଚାଲିଥିବାରୁ ବାୟୁ ପ୍ରଦୂଷଣ ଉପରମୁହାଁ ହେଉଛି। ଧୂଳି, ଧୁଆଁ ଚାରିଆଡ଼କୁ ମାଡ଼ି ଯାଉଛି । ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ହଠାତ୍ ବୃଦ୍ଧି ପାଇଥିଲା ବେଳେ ତାଳଚେରେ ବାୟୁମଣ୍ଡଳରେ ପିଏମ୍-୧୦ ସ୍ତର ଅଧିକ ରହିଛି । ପ୍ରଶାସନ ତା କାମ ସଠିକ ଢଙ୍ଗରେ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି କହିଛନ୍ତି ପୂର୍ବତନ ସାଂସଦ ମହେଶ ସାହୁ । ନଜର ରଖାଯାଇଛି, ଆବଶ୍ୟକ ସ୍ଥଳେ ପଦକ୍ଷେପ ନିଆଯିବ କହିଛନ୍ତି ଉପ-ଜିଲ୍ଲାପାଳ  ।