ମିଳୁନି ଦରମା, ଲୋୟର ପିଏମଜିରେ ବିଭିନ୍ନ ସଂଗଠନର ଗର୍ଜନ

1 min read

ଭୁବନେଶ୍ବର: ମିଳୁନି ଦରମା, ଶୁଣୁନାହାନ୍ତି ସରକାର । ଏହପରି କହି ରାଜଧାନୀ ଛାତିରେ ଗର୍ଜନ କରୁଛନ୍ତି ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘ । ନୂଆ ସରକାର ଆସିବା ପରେ ୯ମାସ ଧରି ଦରମା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ନ୍ୟାୟ ପାଇଁ ଲୋୟର ପିଏମଜିରେ ଠୁଳ ହୋଇଛନ୍ତି ହଜାର ହଜାର କର୍ମୀ । ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ ସରକାର ଶୁଣୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି କର୍ମଚାରୀ ।

ରାଜଧାନୀରେ ଅଲ୍ ଓଡ଼ିଶା ଜିପିଏଲଫ ମିଶନଶକ୍ତି କର୍ମୀ ସଂଘ ସହ ଅନୁବନ୍ଧିତ ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସଙ୍ଘର ଗର୍ଜନ। ୬ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ୯ ମାସ ଦରମା ପ୍ରଦାନ ଦାବିରେ ଆନ୍ଦୋଳନ । ଲୋୟର ପିଏମଜିରେ ଠୁଳ ହୋଇଛନ୍ତି ହଜାର ହଜାର କର୍ମୀ। MBK, ବ୍ୟାଙ୍କ୍ ମିତ୍ର, LSP, CRP, କୃଷି ମିତ୍ର ଓ ପ୍ରାଣୀ ମିତ୍ର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ନୂଆ ସରକାର ଆସିବା ପରେ କୌଣସି କାରଣ ନ ଥାଇ ୯ ମାସ ଧରି ଦରମା ଦେଇନଥିବା ସେମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଜଣାଇବା ସତ୍ତ୍ଵେ ସରକାର କିଛି ଶୁଣୁ ନାହାନ୍ତି। ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ଦରମା ମିଳି ନାହିଁ। ତେଣୁ ଆନ୍ଦୋଳନ କରାଯାଉଛି।