କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା, ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ: ଟଙ୍କା ବିଡ଼ାକୁ ନେଇ ରାଜ୍ୟସଭାରେ ନୂଆ ବିବାଦ । କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ଟଙ୍କା ବିଡ଼ା ମିଳିବାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଶୁକ୍ରବାର ଏହି ଘଟଣା ଦେଖିବାକୁ ମିଳିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଭିଙ୍କ ଚେୟାର ତଳୁ ଏହି ଟଙ୍କା ମିଳିଥିବା ଜଣାପଡ଼ିଛି । ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ ଏହାକୁ ଗମ୍ଭିର ଘଟଣା କହିଛନ୍ତି ।

ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ମୁଁ ଭାବୁଥିଲି ଏଲଓପି ଜଣେ ବରିଷ୍ଠ ନେତା । ସେ କହିବେ, ମାମଲାର ଯାଞ୍ଚ ହେବା ଦରକାର । ହେଲେ ସେ ଏମିତି କିଛି କହିଲେନି । ତେବେ ମୁଁ ଚାହୁଁଛି ଘଟାଣାର ତଦନ୍ତ ହେବା ସହ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବା ଆବଶ୍ୟକ । ଏହାପୂର୍ବରୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ସଭାପତି ଏହି ମାମଲାର ଯାଞ୍ଚ ହେବା ଆବଶ୍ୟକ ।

ଧନଖଡ କହିଛନ୍ତି, ଗତକାଲି ସଂସଦ ସରିବା ପରେ ସୁରକ୍ଷା କର୍ମୀ ମୋତେ ଏ ନେଇ ସୂଚନା ଦେଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଥିଲା, ସିଠ ନମ୍ବର ୨୨୨ରେ ଟଙ୍କା ମିଳିଛି । ଏହି ସିଟ୍ ତେଲେଙ୍ଗାନା ସାଂସଦ ଅଭିଷେକ ମନୁ ସିଂଭିଙ୍କୁ ପ୍ରଦାନ କରାଯାଇଛି । ନୀୟମ ଅନୁସାରେ ଏହି ଘଟଣାର ଯାଞ୍ଚ କରାଯାଉଛି ।