ଆଜି ପୁଣି ଗୃହ ହେବ ସରଗରମ
1 min readଭୁବନେଶ୍ୱର: ଆଜି ପୁଣି ସରଗରମ ହେବ ଗୃହ। ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ ପାରିତ ହେବ । ଜଳସମ୍ପଦ , ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଖଣି, ଯୋଜନା ସଂଯୋଜନା, ବାଣିଜ୍ୟ, ସୂଚନା ଲୋକ ସମ୍ପର୍କ, ପରିବହନ ବିଭାଗର ପ୍ରଶ୍ନକାଳ ରହିଛି ।
ଶୂନ୍ୟ କାଳରେ ପୋଲାଭରମ, ମହାନଦୀ, ଆଇନ ଶୃଙ୍ଖଳା, ସ୍ବତନ୍ତ୍ର ରାଜ୍ୟ ପାହା, ଦରଦାମ ଭଳି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି । ସେହିପରି ଶାସକ ଦଳ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ କିଛି ପ୍ରସଙ୍ଗ ଉଠାଇପାରେ । ମୋଟାମୋଟି ଭାବରେ ଆଜି ଗୃହ ବେଶ ସରଗରମ ରହିବ ।