DGP ସମ୍ମିଳନୀକୁ ଆତଙ୍କବାଦୀ ଧମକ, ହାଇଆଲର୍ଟରେ ରାଜଧାନୀ ଭୁବନେଶ୍ବର

1 min read

ଭୁବନେଶ୍ବର: DGP ସମ୍ମିଳନୀକୁ ଆତଙ୍କବାଦୀ ଧମକ । ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ପନ୍‌ନୁ  । ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି ଖାଲିସ୍ତାନୀ ଆତଙ୍କବାଦୀ  । ସମ୍ମିଳନୀ ପଣ୍ଡ କରିବାକୁ ଭିଡିଓ ବାର୍ତ୍ତାରେ ଧମକ ଦେଇଛି  । ଧମକ ମିଳିବା ପରେ  ହାଇ ଆର୍ଲଟରେ ରହିଛି ଓଡିଶା ପୋଲିସ ।
ଏନେଇ କମିଶନରେଟ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ  ।

ସେପଟେ ପୋଲିସ କମିଶନର ସୁରେଶ ଦେବଦତ୍ତ ପ୍ରେସମିଟ୍ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  । କମିଶନର କହିଛନ୍ତି ସିକ୍ୟୁରିଟି ବ୍ଳାଙ୍କେଟରେ ରହିବ ରାଜଧାନୀ ଭୁବନେଶ୍ଵର । ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ । ରାଜ୍ୟ ପୋଲିସ, ଶସସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ଶସସ୍ତ୍ର ବଳ ମୁତୟନ ହେବେ । ସୁରକ୍ଷା ପାଇଁ ସଜାଗ ରହିବେ ଆଣ୍ଟି ଟେରର ଫୋର୍ସ । ରାଜ୍ୟ ଓ କେନ୍ଦ୍ର ଗୁଇନ୍ଦା ସଂସ୍ଥା ତୀକ୍ଷ୍ଣ ନଜର ରଖିବେ ବୋଲି କମିଶନର କହିଛନ୍ତି  ।

ଡିଜିପି ସମ୍ମିଳନୀରେ  ଯୋଗ ଦେବା ପାଇଁ ଆସନ୍ତାକାଲି ଭୁବନେଶ୍ବର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭୁବନେଶ୍ବର ଆସୁଛନ୍ତି  । ପିଏମଙ୍କ ଗସ୍ତର ଦିନକ ପୂର୍ବରୁ ଧମକ ଦେଇଛି ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍‌ନୁ ।