ଚାରିଆଡେ ଫୁଲ ଗଛ ସହ ଲାଗିଛି ଦୋଳି, ପାର୍କର ଭ୍ରମ ସୃଷ୍ଟି କରୁଛି ଥାନା
ନନ୍ଦିଘୋଷ ବ୍ୟୁରୋ: ପାର୍କର ଭ୍ରମ ସୃଷ୍ଟି କରୁଛି ପାଟପୁର ଥାନା । ଗ୍ରାମାଞ୍ଚଳର ଥାନା ଏବେ ଦେଶରେ ଏକ ନମ୍ବର । ଦେଶର ସର୍ବ ଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି ପାଟପୁର ଥାନା । ୨୦୨୪ ମସିହା ସବ ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରେ ପାଟପୁର ଥାନା ସ୍ଥାନପାଇଛି । ସେପ୍ଟେମ୍ବର ୨୮ ତାରିଖରେ ସେଣ୍ଟ୍ରାଲ ଟିମ ଦେଶର ବିଭିନ୍ନ ଥାନାକୁ ଯାଇ ଅନୁଧ୍ୟାନ କରିଥିବା ବେଳେ ପାଟପୁର ଥାନାକୁ ଚୟନ କରାଯାଇଛି । ଆସନ୍ତା ୨୯ ତାରିଖ ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଥାନା ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ବିଭିନ୍ନ ମହଲରୁ ଶୁଭେର୍ଚ୍ଛାର ବାର୍ତା ଆସିଥିବା ବେଳେ ଅଞ୍ଚଳ ବାସୀ ଗର୍ବିତ ମନେ କରିଛନ୍ତି ।
ଚାରିଆଡେ ଫୁଲଗଛ । ମଝିରେ ଦୋଳି ସହ ଖୋଲା ଜିମ ସାମଗ୍ରୀ । ଯୁବ ପିଢ଼ିଙ୍କ ପାଇଁ ଭଲ୍ଲୀ ବଲ କୋର୍ଟ । ପିଲା ବି ଖେଳଖେଳିରେ ମସଗୁଲ । ପାର୍କର ଭ୍ରମ ସୃଷ୍ଟି କରୁଥିବା ଏ ଦୃଶ୍ୟ କିନ୍ତୁ ଗ୍ରାମାଞ୍ଚଳର ଏକ ଥାନା ପରିସରର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ରହିଥିବା ପାଟପୁର ଥାନାର ଏ ଦୃଶ୍ୟ । ଏହାର ଅଭ୍ୟର୍ଥନା ଗୃହ କୌଣସି ପାର୍କକୁ କମ ନୁହଁ। ଥଣ୍ଡା ଫିଲଟର ପାଣି ଓ ପୋଲିସ ଭାଇଙ୍କ ବ୍ୟବହାର ସାଙ୍ଗକୁ ଏଠି ଆଇନ କାନୁନ ବ୍ୟବସ୍ତା ନିଆରା। ତେଣୁ ଦେଶର ସମସ୍ତ ଥାନାକୁ ପଛରେ ପକାଇ ସର୍ଵ ଶ୍ରେଷ୍ଠ ଥାନାର ମାନ୍ୟତା ପାଇଁ ନଭେମ୍ବର ୨୯ ତାରିଖରେ ପୁରସ୍କୃତ ହେବାକୁ ଯାଉଛି ପାଟପୁର ଥାନା । ଏହାକୁ ନେଇ ଅଞ୍ଚକ ବାସୀ ଗର୍ବିତ ହେବା ସହ ଖୁସି ବ୍ୟକ୍ତ କରିଛନ୍ତି ।
ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଙ୍କ ଅଧିନରେ ଆସୁଥିବା ପାଟପୁର ଥାନାରେ ଭାଇଚାରା ରହିଛି । ୨୭ଟି ପଂଚାୟତ ଏହି ଥାନା ଅଧିନରେ ଅସୁଥିବା ବେଳେ ନିଜର ସୁନାମ ବଜାୟ ରଖିଛି । ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିସ୍ବାର୍ଥପର କାର୍ଯ୍ୟ ଏବଂ ଅପରାଧୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଆଇନଶୃଙ୍ଖଳାକୁ ଉଚିତ ମାର୍ଗ ଦେଖାଇଛି ।