ଦେଶରେ ଶୀତ ଲହରୀ, କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣ ଦିଲ୍ଲୀ ପାଇଁ ସାଜିଛି ମୁଣ୍ଡବ୍ୟଥା
1 min readନୂଆଦିଲ୍ଲୀ: ପାହାଡିଆ ଅଞ୍ଚଳରେ ତୁଷାରପାତ କାରଣରୁ ଦେଶରେ ଥଣ୍ଡା ଅନୁଭୂତ ହେଲାଣି । ଆଇଏମଡିର ଭବିଷ୍ୟବାଣୀ ଅନୁସାରେ ଲା ଲିନା କାରଣରୁ ଏଥର ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି । ଦେଶର ଅଧିକାଂଶ ରାଜ୍ୟରେ ପାରଦ ଖସିବା ସହ କୁହୁଡି ପଡିବା ଆରମ୍ଭ ହୋଇଛି । ରାଜଧାନୀ ଦିଲ୍ଲୀ ଓ ଏନସିଆର ଲୋକଙ୍କୁ ଘନ କୁହୁଡି ସାଙ୍ଗକୁ ବାୟୁ ପ୍ରଦୂଷଣର ଡବଲ ଝଟକା ସହିବାକୁ ପଡୁଛି ।
ନଭେମ୍ବର ୧୮ (ସୋମବାର) ସବୁଠାରୁ ଅଧିକ ଥଣ୍ଡା ଅନୁଭବ କରିଛି ନୂଆଦିଲ୍ଲୀ । ପାଣିପାଗ ବିଭାଗ ଅନୁସାରେ ଆହୁରି ୫ ଦିନ ଦିଲ୍ଲୀରେ ପ୍ରବଳ ଥଣ୍ଡା ସହ ଘନକୁହୁଡି ଦେଖାଦେବ । ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଓ ସର୍ବାଧିକ ତାପମାତ୍ରା ୨୫ ଡିଗ୍ରୀ ରହିବ । ରାତି ସମୟରେ ହାଲୁକାରୁ ମଧ୍ୟମ କୁହୁଡି ଦେଖାଦେବା ନେଇ କହିଛି ପାଣିପାଗ ବିଭାଗ । ଏହାରି ମଧ୍ୟରେ ଗ୍ୟାସ ଚାମ୍ବରରେ ପରିଣତ ହୋଇଛି । ଅନେକ ସ୍ଥାନରେ AQI ୪୫୦ ଅତିକ୍ରମ କରିଛି ।
କାଶ୍ମୀର ଗନ୍ଦରୱଲ ଜିଲ୍ଲା ସୋନମର୍ଗରେ ତାପମାତ୍ରା ମାଇନସ ୫.୩ ଡିଗ୍ରୀ ସେଲସିଅସ ରେକର୍ଡ କରାୟାଇଛି । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ତୁଷାରପାତ ହେବାର ସମ୍ଭାବନା ନାହିଁ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ତୁଷାରପାତ କାରଣରୁ ଧଳା ଚାଦରରେ ଘୋଡାଇ ହୋଇଯାଇଛି କାଶ୍ମୀର ।
ସେପଟେ ବିହାର ଓ ଉତ୍ତର ପ୍ରଦେଶରେ ଶୀତ ଲହରୀ ଆରମ୍ଭ ହୋଇଗଲାଣି । ତାପମାତ୍ରା ୧୪ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨ ରୁ ୪ ଦିନ ମଧ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇବ ।