spot_img

Latest Posts

ରାହୁଲ ଗାନ୍ଧି ଓ ଅମିତ ଶାହଙ୍କୁ EC ନୋଟିସ

ନନ୍ଦିଘୋଷ ବ୍ୟୁରୋ: ରାହୁଲ ଗାନ୍ଧି ଓ ଅମିତ ଶାହକୁ ନିର୍ବାଚନ କମିଶନଙ୍କ ନୋଟିସ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନୋଟିସ ଜାରି କରିଛି ନିର୍ବାଚନ କମିଶନ। କଂଗ୍ରେସ ଓ ବିଜେପିର ନିର୍ବାଚନ ପ୍ରଚାର ସଭାରେ ଦେଇଥିବା ଭାଷଣକୁ ନେଇ ନୋଟିସ ଜାରି କରିଛି ନିର୍ବାଚନ କମିଶନ। ଦୁଇ ଦଳଙ୍କ ଠାରୁ ସେମାନଙ୍କ ଷ୍ଟାର ପ୍ରଚାରଙ୍କ ଭାଷଣକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି କମିଶନ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମଧ୍ୟ ନୋଟିସ ଜାରି କରିଛି ନିର୍ବାଚନ କମିଶନ। ଉଭୟଙ୍କୁ ଝାଡ଼଼ଖଣ୍ଡ ଓ ମହାରାଷ୍ଟ୍ରରେ ପ୍ରଚାରରେ ଆଚରଣ ବିଧି ଉଲ୍ଲଂଘନ ନେଇ ନୋଟିସ ଜାରି ହୋଇଛି।ସୋମବାର ଦିନ ଆରମ୍ଭ ପୂର୍ବରୁ ଅର୍ଥାତ ରାତି ଗୋଟାଏ ପୂର୍ବରୁ ତାଙ୍କୁ ଜବାବ ରଖିବାକୁ ପଡିବ। ବିଜେପି ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡରେ ଦେଇଥିବା ଭାଷଣକୁ ନେଇ ଅଭିଯୋଗ କରିଛି କଂଗ୍ରେସ

Latest Posts

Don't Miss