ପେରୁରେ ଆଜି ଦୁଇ ସୁପରପାଓ୍ବାର ମୁଖ୍ଯଙ୍କ ଭେଟଘାଟ

1 min read

ଲିମା: ଆଜି ଦୁଇ ସୁପରପାଓ୍ବାର ମୁଖ୍ଯଙ୍କ ମଧ୍ଯରେ ଭେଟଘାଟ । ପେରୁରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ଯରେ ହେବ ସାକ୍ଷାତ । ଦୁଇ ନେତାଙ୍କ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ଓ ଅନ୍ଯାନ୍ୟ ପ୍ରସଙ୍ଗରେ ହେବ ଆଲୋଚନା । ଗତ ଚାରିବର୍ଷରେ ଦୁଇ ଦେଶ ମଧ୍ଯରେ ଘଟିଯାଇଥିବା ବିଭିନ୍ନ ଘଟଣାବଳୀ ଉପରେ ଦୁଇ ନେତା ଆଲୋକପାତ କରିବେ ।

ଆମେରିକାରେ କ୍ଷମତା ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ବହନ କରୁଛି । ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ ସମ୍ମିଳନୀ ଅବସରରେ ଦୁଇ ନେତା ପରସ୍ପରକୁ ଭେଟିବେ । ଆସନ୍ତା ଜାନୁଆରୀରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାକୁ ଯାଉଥିବାବେଳେ ବାଇଡେନ- ଜିନପିଙ୍ଗଙ୍କ ମଧ୍ଯରେ ଭେଟଘାଟ ଗୁରୁତ୍ବପୂର୍ଣ୍ଣ ହୋଇଛି ।

ବାଇଡେନ ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିବା ପରଠାରୁ ଜିନପିଙ୍ଗଙ୍କ ସହ ଆଲୋଚନା କ୍ଷେତ୍ରରେ ଏହା ତୃତୀୟ । ପୂର୍ବରୁ ୨୦୨୨ରେ ବାଲିରେ, ୨୦୨୩ରେ କାଲିଫର୍ଣ୍ଣିଆରେ ଦୁଇ ନେତା ପରସ୍ପରକୁ ଭେଟିଥିଲେ ।