ବୋଇତବନ୍ଦାଣ ପାଇଁ ଡଙ୍ଗା ତିଆରିରେ ଲାଗିପଡିଛନ୍ତି କାରିଗର
ଜଗତସିଂହପୁର : ଆସୁଛି କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମ ଅନୁସାରେ ପୂର୍ଣ୍ଣିମା ଦିନ ଭସାଯାଏ ଡଙ୍ଗା । ଓଡ଼ିଆ ମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ଚାଲି ଆସୁଛି । ବୋଇତବନ୍ଦାଣ ପାଇଁ ଡଙ୍ଗା ତିଆରିରେ ଲାଗିପଡିଛନ୍ତି ଜଗତସିଂହପୁର ବ୍ଲକ ପିତେଇପୁର ମାଳିସାହିର କାରିଗରମାନେ । ଡଙ୍ଗା ତିଆରିରେ ଲାଗିପଡିଛନ୍ତି ଉଭୟ ମହିଳା ଓ ପୁରୁଷ । ସୋଲ ଓ ରଙ୍ଗବେରଙ୍ଗର କାଗଜରେ ତିଆରି କରିଛନ୍ତି ହଜାର ହଜାର ଡଙ୍ଗା । ଏଥିସହିତ ସୋଲରେ ଫୁଲ ମଧ୍ଯ ପ୍ରସ୍ତୁତ କରୁଛନ୍ତି । କିଛି ଜଣ ତୁଳସୀ ପତ୍ର ଓ କୁସୁମ ହାର ମଧ୍ଯ ଗୁନ୍ଥୁଛନ୍ତି । ଏଠାରେ ଡଙ୍ଗା ପ୍ରସ୍ତତ କରାଯାଇ ଜଗତସିଂହପୁର ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଡଙ୍ଗା ବିକ୍ରି ପାଇଁ ପଠାଯାଇଥାଏ । ଚଳିତ ଥର ଡଙ୍ଗା ବ୍ଯବସାୟ କରି ଭଲ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି କାରିଗର ।
ସେପଟେ ବର୍ତ୍ତମାନ ବଜାରରେ ନାନା ପ୍ରକାର ଡଙ୍ଗା ସାଙ୍ଗକୁ ଜରି ଫୁଲ, ଫୁଲ ହାର ମିଳୁଛି । ଯାହା ଫଳରେ କାରିଗରମାନେ ପ୍ରସ୍ତୁତ କରୁଥିବା କାଗଜ ଡଙ୍ଗାର ବିକ୍ରି ଚାହିଦା ନଥିବାରୁ ଚିନ୍ତାରେ କାରିଗର ।