ଦୁଃଖ ଦେଉଛି ଡିଏମଏଫ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ
ନନ୍ଦିଘୋଷ ବ୍ୟୁରୋ: ଦୁଃଖ ଦେଉଛି ଡ଼ିଏମଏଫ ବ୍ୟାଟେରୀ ଚଳିତ ଟ୍ରାଇସାଇକେଲ। ଦିବ୍ଯାଙ୍କଙ୍କ ସ୍ଥିତିରେ ସୁଧାର ଆଣିବା ପାଇଁ ଯୋଗାଇ ଦିଆଯାଇଥିଲା ଟ୍ରାଇସାଇକେଲ ।କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରୁ ବ୍ଲକ ସ୍ତରୀୟ ସର୍ଭେ କରାଯାଇ ଅନେକ ଦିବ୍ଯାଙ୍ଗଙ୍କୁ ଦିଆଯାଇଥିଲା ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ । ହେଲେ ବର୍ତ୍ତମାନ ସମୟରେ ସେହି ଟ୍ରାଇ ସାଇକେଲ ହିଁ ସେମାନଙ୍କ ପାଇଁ ଦୁଃଖ ସାଜିଛି।
ଦୁଃଖ ଦେଉଛି ଡିଏମଏଫ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ । ଦିବ୍ଯାଙ୍ଗଙ୍କ ସ୍ଥିତିରେ ସୁଧାର ଆଣିବାକୁ ଯୋଗାଇ ଦିଆଯାଇଥିଲା ଟ୍ରାଇସାଇକେଲ । ଆନନ୍ଦପୁର ଉପଖଣ୍ଡ ଘସିପୁରା, ଆନନ୍ଦପୁର ଓ ହାଟଡିହି ବ୍ଲକରେ ୨୦୨୨ ମସିହାରେ ଦିବ୍ଯାଙ୍ଗଙ୍କୁ ଯୋଗାଇ ଦିଆଯାଇଥିଲା ବ୍ଯାଟେରୀ ଚାଳିତ ଟ୍ରାଇ ସାଇକେଲ । କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିର ବ୍ୟୟ ବରାଦରେ ଲୋକଙ୍କୁ ଯୋଗାଇ ଦିଆଯାଇଥିଲା ଟ୍ରାଇ ସାଇକେଲ । ଆଶା ଥିଲା ସେମାନଙ୍କ ସ୍ଥିତିରେ ସୁଧାର ଆସିବ । ଗାଡି ପାଇବା ପରେ ଦିବ୍ଯାଙ୍ଗଙ୍କ ମହଲରେ ଖୁସି ଖେଳିଯାଇଥିଲା । ହେଲେ ସେହି ଖୁସି ବେଶୀ ଦିନ ରହିଲାନି । ଧୀରେ ଧୀରେ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଗୁଡିକ ଖରାପ ହେବା ପରେ ଆଉ ତାକୁ ସଜାଡ଼ିବା ସମ୍ଭବ ହେଇ ପାରୁନି । ଯାହାକୁ ନେଇ ଲୋକଙ୍କ ମଧ୍ଯରେ କ୍ଷୋଭ ପ୍ରକାଶ ପାଇଛି ।
କେନ୍ଦୁଝର ନିକଟରେ ଥିବା ରାହାଙ୍କି ଅଞ୍ଚଳର ଏକ ଏନଜିଓ ସଂସ୍ଥା ଏହି ଟ୍ରାଇ ସାଇକେଲ ଯୋଗାଇବା ଓ ମରାମତି କରିବାର ଦାଇତ୍ୱ ନେଇଛି। ହେଲେ ଟ୍ରାଇ ସାଇକେଲ ଖରାପ ହେବା ପରେ କେହି ଶୁଣୁନାହାନ୍ତି। ବଜାରରେ ଟ୍ରାଇ ସାଇକେଲ ପାର୍ଟସ ମିଳୁ ନଥିବାରୁ ଚିନ୍ତାରେ ହିତାଧିକାରୀ । ଫଳରେ ଦିବ୍ଯାଙ୍ଗ ମାନେ ଅଟୋ ଓ ଭ୍ୟାନ ଭଡା କରି ଏହି ଟ୍ରାଇ ସାଇକେଲକୁ ବ୍ଲକ ଆଣି ଆସୁଛନ୍ତି । ହେଲେ କୌଣସି ସୁଫଳ ପାଇପାରୁନାହାଁନ୍ତି । ସେପଟେ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ କ୍ୟାମେରା ସାମ୍ନାରେ ମୁହଁ ଖୋଳିନଥିଲେ ମଧ୍ୟ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ସହିତ କଥା ହେବେ ବୋଲି କହିଛନ୍ତି।