ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ପୋକ ଚିନ୍ତା

ନନ୍ଦିଘୋଷ ବ୍ୟୁରୋ: ସବୁଜ ଧାନ ବିଲରେ ଲହଡି ଭାଙ୍ଗୁଛି ଧାନ ଫସଲ । ଆଉ ଦିନ କେଇଟା ପରେ ଅମଳ ହେବ ଧାନ । ଠିକ ଧାନ ଅମଳ ବେଳେ ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଶହ ଶହ ଏକର ଜମିରେ ମାଡିଗଲେଣି ଲିଫୋଲଡର, କାଣ୍ଡବିନ୍ଧା, ଚକଡା ପରି ପୋକ । ପୋକ ଦମନ ପାଇଁ ଔଷଧ ମଧ୍ଯ କାମ କରୁନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ସବୁଜ ଧାନ ବିଲରେ ଲହଡି ଭାଙ୍ଗୁଛି ଧାନ ଫସଲ । ଆଉ ଦିନ କେଇଟା ପରେ ଅମଳ ହେବ ଧାନ । ହେଲେ ଠିକ ଧାନ ଅମଳ ବେଳକୁ ଚାଷୀଙ୍କୁ ଘାରିଲାଣି ରୋଗପୋକ ଚିନ୍ତା । ସୁନାପରି ଦେଖାଯାଉଥିବା ଧାନ କେଣ୍ଡା ଏବେ ଚକଡା ଓ ଅନ୍ୟାନ୍ୟ ପୋକ ଯୋଗୁଁ ନଷ୍ଟ ହେବାରେ ବସୁଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଶହ ଶହ ଏକର ଜମିରେ ପୋକ ଏବେ ଫସଲ ନଷ୍ଟ କରୁଛନ୍ତି । ଜମିରେ ଲିଫୋଲଡର, କାଣ୍ଡବିନ୍ଧା, ଚକଡା ପରି ପୋକ ଚାଷ ନଷ୍ଟ କରିଦେଉଛନ୍ତି । କେଉଁଠି ଧାନ ଗଛ ମରି ଯାଉଛି ତ କେଉଁଠି ଧାନ କେଣ୍ଡା ଶୁଖିଯାଉଛି ତ କେଉଁଠି ଧାନ ଗଛର ପତ୍ର ସୁଖୀ ପୋକ ଖାଇ ଗଲେଣି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଜମିରେ ସାର ଦେବା ପରଠୁ ପୋକଙ୍କ ପ୍ରାଦୁର୍ଭାବ ଆରମ୍ଭ ହୋଇଛି ବୋଲି ଚାଷୀ କହିଛନ୍ତି । ପୋକ ଦମନ ପାଇଁ ଔଷଧ ମଧ୍ଯ କାମ କରୁନାହିଁ । ଯାହାକୁ ନେଇ ଚିନ୍ତାରେ ଚାଷୀ । ଅନ୍ଯପକ୍ଷେ କଣ୍ଟାମାଲ ବ୍ଲକ କୃଷି ଅଧିକାରୀ କହିଛନ୍ତି ଏ ସଂପର୍କରେ ଆମ ପାଖରେ ଖବର ଅଛି । ଗ୍ରାମାଞ୍ଚଳରେ କାର୍ଯ୍ଯ କରୁଥିବା ଅଫିସର ମାନେ କ୍ଷେତ ପରିଦର୍ଶନ କରି ଚାଷୀଙ୍କ ସମସ୍ଯା ବୁଝି ଚାଷୀଙ୍କୁ ସଚେତନ ମଧ୍ଯ କରୁଛନ୍ତି ।