ଅତି ଚତୁରତାର ସହ ଲାଜ ସରମ ସବୁ ଭୁଲି କପି ପେଷ୍ଟ କରି ଚାଲିଛନ୍ତି ରାଜ୍ୟ ସରକାର
1 min readଭୁବନେଶ୍ବର : ମୋହନ ସରକାର କପି ପେଷ୍ଟ ସରକାର । ନୂଆ ଏନଏସି ଗଠନ ନେଇ ସରକାରଙ୍କ ନିଷ୍ପତ୍ତି ତାହା ପୁଣି ପ୍ରମାଣିତ କରିଛି ବୋଲି କହିଛି ବିଜେଡି । ଦୁଇଟି ଚିଠିକୁ ଦେଖାଇ ବିଜେଡି ରାଜ୍ଯ ସରକାରଙ୍କ କାମକୁ କଡ଼ା ସମାଲୋଚନା କରିଛି । ଗତ ମାର୍ଚ୍ଚ ୧୩ ତାରିଖରେ ନୂଆ ଏନଏସି ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଚିଠି କରିଥିଲେ । ଏବେ ମୋହନ ମାଝୀ ସରକାର ନଭେମ୍ବର ୪ ତାରିଖରେ ସେହି ଚିଠି କରିଛନ୍ତି । ଏଥିରେ କେବଳ ACSଙ୍କ ନାଁ ବଦଳିଛି । ଏହା ଚଞ୍ଚକତାର ଦୃଷ୍ଟାନ୍ତ । ସରକାର କିଛି ନୂଆ କରନ୍ତୁ ବୋଲି କହିଛି ବିଜେଡି । ଲୋକଙ୍କ ଅନୁରୋଧରେ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ନେଇଥିଲେ । ତାକୁ ଆଜି କପି କରିଛନ୍ତି ନୂଆ ସରକାର ଯାହାର ଦୃଢ ନିନ୍ଦା କରୁଛୁ ବୋଲି କହିଛି ବିଜେଡି ।