ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟର ସିଟ୍ ଭାଗବଣ୍ଟା, ଅସନ୍ତୋଷ ପ୍ରକାଶ କରିଛନ୍ତି ତେଜସ୍ବୀ ଯାଜବ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ବିଧାନସଭା ପାଇଁ ନିର୍ବାଚନୀ ମଇଦାନ ସରଗରମ ହୋଇଛି । ଇଣ୍ଡିଆ ମେଣ୍ଟ ଏଠାରେ ୮୧ ଆସନରେ ନିର୍ବାଚନ ଲଢ଼ିବାକୁ ଯାଉଛି । ତେବେ ୭୦ ଆସନରେ କଂଗ୍ରେସ ଏବଂ ଜେଏମଏମ ପ୍ରାର୍ଥୀ ଦେଉଛି । ବାକି ଆସନରେ ଇଣ୍ଡିଆ ମେଣ୍ଟ ଅନ୍ୟ ଦଳ ମଧ୍ୟ ସିଟ୍ ବଣ୍ଟା ହେବ । ତେବେ ଏହାକୁ ନେଇ ଆରଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । କାରଣ ଆରଜେଡି ପକ୍ଷରୁ କୁହାଯାଇଛି କି, ୧୫ରୁ ୧୮ ଆସନରେ ଆରଜେଡି ଏକାକି ବିଜୟ ନିଶ୍ଚିତ ରହିଛି । ବିଜେପିକୁ ପରାଜୟ କରିବା ପାଇଁ ୧୫ରୁ ୧୮ ଆସନରେ ଆରଜେଡି ପ୍ରସ୍ତୁତ ରହିଛି । ଆରଜେଡି ନେତା ମନୋଜ କୁମାର ଦାବି କରିଛନ୍ତି କି, ୨ ମିନିଟ ନୁଡୁଲ ଭଳି ନିଷ୍ପତ୍ତି ନେବା ଭୁଲ୍ । ଏହା ଜେଏମଏମ ଏବଂ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି । ଏହା ସେମାନଙ୍କ ମତ । ତେବେ ଇଣ୍ଡିଆ ମେଣ୍ଟ ବିଜେପିକୁ ପରାଜିତ କରିବା ପାଇଁ ଯୋଜନା ଆରମ୍ଭ କରିଥିବାବେଳେ ଏବେ ନିଜ ମଧ୍ୟରେ ଏଭଳି ଫାଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଆଗାମି ଦିନରେ ନିର୍ବାଚନୀ ରଣନୀତି କଣ ହେଉଛି ତାହା ଉପରେ ରହିଛି ନଜର ।