ଯଦି ନ୍ୟୁଜିଲାଣ୍ଡଠାରୁ ଭାରତ ହାରେ ତାହେଲେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚି ପାରିବ କି ? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ନନ୍ଦିଘୋଷ ବ୍ୟୁରୋ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ଭାରତ ପ୍ରଥମ ପାଳିରେ ମାତ୍ର ୪୬ ରନରେ ଅଲଆଉଟ ହେବାପରେ ଦ୍ବିତୀୟ ପାଳିରେ ଏକ ସମ୍ମାନଜନକ ସ୍କୋର କରିଛି ସତ କିନ୍ତୁ ଅନ୍ତିମ ଦିନରେ ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ଗୋଟିଏ ଦିନରେ ୧୦୭ ରନର ବିଜୟ ଲକ୍ଷ୍ୟ କ୍ବିଓ୍ବି ଦଳ ପାଇଁ ସହଜ ସାବ୍ୟସ୍ତ ହେବ ନିଶ୍ଚୟ । ତେବେ ପାଣିପାଗ ସୂଚନା ଅନୁସାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ଏକ ପରିସ୍ଥିତିରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଆଶା କଣ ହେବ ତାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଛି । ଯଦି ବର୍ଷା ଯୋଗୁଁ ମ୍ୟାଚ୍ ଡ୍ର ହୁଏ ତାହେଲେ କଣ ହେବ ? ଏବଂ ହାରିଲେ ଭାରତ ଫାଇନାଲ ଖେଳିପାରିବ ତ ?

ତେବେ ଏସବୁର ଗୋଟିଏ ଉତ୍ତର ହେଉଛି ଭାରତର ପରବର୍ତ୍ତୀ ମ୍ୟାଚର ପ୍ରଦର୍ଶନ । ଦଳ ଯଦି ପରବର୍ତ୍ତୀ ମ୍ୟାଚ ୭ଟିରୁ ୬ ମ୍ୟାଚ ବଡ଼ ବିଜୟ ହାସଲ କରେ ତାହେଲେ ଫାଇନାଲ ଖେଳିବା ଏକପ୍ରକାର ନିଶ୍ଚିତ । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ ଖେଳିବାକୁ ଥିବାବେଳେ ବାକି ରହିଛି ଆଉ ୨ଟି । ଅନ୍ୟପଟେ ଶକ୍ତିଶାଳି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ଟି ଟେଷ୍ଟ ମ୍ୟାଚ ଖେଳିବ । ଏଣୁ ଏହିସବୁ ମ୍ୟାଚରେ ଭାରତର ପ୍ରଦର୍ଶନ ବେଶ ଗୁରୁତ୍ବପୂର୍ଣ୍ଣ ଏବେ ଭାରତ ଟେବୁଲ ପଏଣ୍ଟର ଶୀର୍ଷରେ ରହିଛି । ସେପଟେ ଆଇସିସି ନିୟମ ଅନୁସାରେ ବିଜୟ ହେଲେ ମ୍ୟାଚ ପିଛା ୧୨ ପଏଣ୍ଟ ମିଳିବ । ଏବଂ ଡ୍ର ହେଲେ ୪ ପଏଣ୍ଟ ଏବଂ ଟାଇ ହେଲେ ୬ ପଏଣ୍ଟ ମିଳିବ । ଭାରତ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବାବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି ।