ମହାରାଷ୍ଟ୍ର ନିର୍ବାଚନ : ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ

1 min read

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି  ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ। ପିସିସି ସଭାପତି ନାନା ପାଟୋଲ ସଙ୍କୋଳି ଆସନରୁ ଲଢିବା ଏକପ୍ରକାର ନିଶ୍ଚିତ ହୋଇଛି। ବିରୋଧୀ ଦଳ ନେତା ବିଜୟ ୱାଦେତିୱାର ବ୍ରାହ୍ମଣପୁରୀ ଆସନରୁ ଲଢିବା ସୂଚନା ମିଳିଛି। କଂଗ୍ରେସ ବିଧାୟକ ଦଳ ନେତା ବାଲାସାହେବ ଥୋରାଟ ସଙ୍ଗମେନରରୁ ଲଢିବେ। ଅନ୍ଯମାନଙ୍କ ମଧ୍ଯରେ ପୂର୍ବତନ ଶକ୍ତିମନ୍ତ୍ରୀ ନୀତୀନ ରାୱତ ଉତ୍ତର ନାଗପୁରରୁ, ପୂର୍ବତନ ମନ୍ତ୍ରୀ ଯଶୋମତି ଠାକୁର ତେଓସାରୁ ଲଢିପାରନ୍ତି।  ସେପଟେ ପୂର୍ବ ବିଦର୍ଭର କୌଣସି ଆସନ ଶିବସେନା ୟୁବିଟିକୁ ଛାଡିବାକୁ ପ୍ରସ୍ତୁତ ନୁହେଁ କଂଗ୍ରେସ । ସେପେଟ ମୁମ୍ବାଇ ମହାନଗରୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ କଂଗ୍ରେସ ଲାଗି ଛାଡିବାକୁ ରାଜି ହୋଇନାହିଁ ଶିବସେନା-ୟୁବିଟି । ମୋଟ ୨୮୮ ଆସନରୁ ୨୬୦ ଆସନ ଲାଗି ଏମଭିଏରେ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିବାଦୀୟ ୨୮ଟି ଆସନ ଲାଗି ହୋଇପାରିନି ସହମତି। ଏହି ୨୬ଟି ଆସନରେ ତିନି ଦଳର ହେଭିୱେଟମାନେ ଥିବାରୁ ଚୂଡାନ୍ତ ନିଷ୍ପତ୍ତି ନେଇପାରିନାହାନ୍ତି ତିନି ଦଳ। ବୁଝାମଣା ଅନୁସାରେ କଂଗ୍ରେସ ୧୧୦ରୁ ୧୧୫, ଶିବସେନା(ୟୁବିଟି) ୮୩ରୁ ୮୬, ଏନସିପି(ଏସପି) ୭୨ରୁ ୭୫ ଆସନରେ ଲଢିପାରେ। ସେପଟେ ସମାଜବାଦୀ ପାର୍ଟି ମାଗିଥିବା ୧୨ ଆସନକୁ ନେଇ ଚାଲିଛି ବିଚାରବିମର୍ଷ। ଏସପିର ୨ ବିଧାୟକ ଥିବାରୁ ଏହି ସଂଖ୍ଯା ବଢାଇବା ଲାଗି ଦଳ ଉଦ୍ଯମ କରୁଛି।