ରାଜଧାନୀରେ ୧୦ଟି ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ୧୦ଟି ସ୍ଥାନରେ ହେବ ରାବଣ ପୋଡ଼ି । ୧୦ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି ମିଳିଛି । ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼, ଚନ୍ଦକା, ସିମୁଳିଆ ପାଟଣା ଦୋଳ ଯାତ୍ରା ପଡ଼ିଆରେ ହେବ ରାବଣ ପୋଡି ।

ସେହିପରି କପିଳ ପ୍ରସାଦ ଫୁଟବଲ ଗ୍ରାଉଣ୍ଡରେ ମଧ୍ୟ କରାଯିବ ରାବଣ ପୋଡି । ଏହି ସମୟରେ ସମସ୍ତ ନିୟମ ମାନିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସ୍ଥାନରେ ଆଲର୍ଟରେ ରହିବ ଅଗ୍ନିଶମ ବାହିନୀ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।