ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ତେଲ ଜଳସେଚନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଠିକାଦାରଙ୍କ ଠାରୁ ୪୬,୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଧରାପଡିଲେ  ଯନ୍ତ୍ରୀ ଜିତେନ୍ଦ୍ର କୁମାର ପାଢ଼ୀ। ତାଙ୍କ କାର୍ଯ୍ୟାଳୟ ଓ ସୋନପୁର ବାସଭବନରେ ରେଡ ଜାରି ରହିଛି । ଆୟବର୍ହିଭୂତ ସମ୍ପତ୍ତିର ଆକଳନ କରୁଛି ଭିଜିଳାନ୍ସ ଟିମ୍ ।