ଫେଲ ମାରିଛି ଡବଲ ଇଂଜିନ ସରକାର : ଅରବିନ୍ଦ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ: ଜନତା କି ଅଦାଲତରୁ ବିଜେପିକୁ କେଜରିୱାଲଙ୍କ ଟାର୍ଗେଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କେନ୍ଦ୍ର ନେତୃତ୍ଵାଧୀନ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ।ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। କହିଛନ୍ତି, ଦେଶରେ ଫେଲ ମାରିଛି ଡବଲ ଇଂଜିନ ସରକାର। ଗତ ଜୁନ ନିର୍ବାଚନରେ ୨୪୦ ସିଟ୍ ପାଇଥିଲେ। ଗତକାଲିର ଏକଜିଟ୍ ପୋଲରେ ଦୁଇ ରାଜ୍ୟରୁ ଯାଉଛି ଡବଲ ଇଂଜିନ ସରକାର। ହରିୟାଣା ଓ ଜାମୁ କାଶ୍ମୀରରୁ ସରକାର ହାତରୁ ଯାଉଛି। ଆଗକୁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ଦ୍ଵିତୀୟ ଇଂଜିନ ଧିରେ ଧିରେ ଫେଲ ହୋଇଯିବ। ଡବଲ ଇଂଜିନ ସରକାର କତା ସାଧାରଣ ଜନତା ବୁଝିସାରିଲେଣି । ଦରବୃଦ୍ଧି, ବେକାରୀ ଓ ଦୁର୍ନୀତିର ଅର୍ଥ ହେଉଛି ଏହି  ଡବଲ ଇଂଜିନ ସରକାର ବୋଲି କହିଛନ୍ତି ଆପ ନେତା ଅରବିନ୍ଦ କେଜରିୱାଲ। ଦିଲ୍ଲୀର ଛତ୍ରାସାଲ ଷ୍ଟାଡିୟମରେ ଆୟୋଜିତ ଏହି ଜନତା କି ଅଦାଲତରେ ଅନ୍ୟ ପ୍ରସଙ୍ଗ ନେଇ ମଧ୍ୟ ସରକାରଙ୍କୁ ଘେରିଥିଲେ କେଜରିୱାଲ। ବିଜେପିକୁ ଗରିବ ବିରୋଧୀ ଦଳ ବୋଲି କହିବା ସହ ଲୋକଙ୍କଠାକୁ ନିଯୁକ୍ତି ସୁଯୋଗ ଛଡାଇ ନେଉଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ଦିଲ୍ଲୀର ବସ ମାର୍ଶଲଙ୍କୁ ଚାକିରିରୁ ହଟାଇବା ପ୍ରସଙ୍ଗ ନେଇ ମଧ୍ୟ ତୀବ୍ର ଭାବେ ଘେରିଛନ୍ତି।…