ମେଦ ବହୁଳତା କମାଏ କିସମିସ୍

1 min read

ନନ୍ଦିଘୋଷ ବ୍ୟୁରୋ: କିସମିସରେ ଅନେକ ପ୍ରକାର ସ୍ବାସ୍ଥ୍ୟପକାରୀ ଗୁଣ ଭରି ରହିଛି। ଅଧିକାଂଶ ଲୋକ ଅତ୍ୟଧିକ ଖାଦ୍ୟ ଖାଇଦେଇଥିବାରୁ ତାହା ଠିକ୍ ଭାବେ ହଜମ ହୁଏନି। ପରବର୍ତ୍ତୀ ସମୟରେ ଏହା କୋଷ୍ଠକାଠିନ୍ୟ ବା କନଷ୍ଟିପେଷ୍ଟନ୍ର ରୂପ ମଧ୍ୟ ନିଏ। ତେଣୁ ପ୍ରତିଦିନ କିସମିସ୍ ଖାଇବା ଦ୍ୱାରା ଏଥିରୁ କିଛି ମାତ୍ରାରେ ଉପଶମ ମିଳିଥାଏ।

କିସମିସ ହେଉଛି କମ୍ କ୍ୟାଲୋରୀ ଯୁକ୍ତ ଡ୍ରାଏ ଫ୍ରୁଟ୍। ତେଣୁ ଏହାକୁ ଖାଇଲେ ମେଦବହୁଳତା ସମସ୍ୟା ସହ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଥିରେ ମଧ୍ୟ ଅଧିକ ପରିମାଣର ଫାଇବର୍ ରହିଛି। ନିକଟରେ ଏକ ଗବେଷଣାରୁ ଜଣାପଡିଛି ଯେ, ଏହାକୁ ଖାଇଲେ ରକ୍ତରେ ଶର୍କରା ବା ସୁଗାରର ପରିମାଣ କେତେକାଂଶରେ ସନ୍ତୁଳିତ ରହିଥାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ୍ ଗୁଣ ମଧ୍ୟ ରହିଛି। କିସମିସକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ।

ଏହାସହ ଏଥିରେ ପଲିଫେନୋଲ୍ ନାମକ ଏକ ପିଗ୍ମେଣ୍ଟ୍ ରହିଛି, ଯାହା ଆଖି ତଳ ଭାଗରେ କଳା ଦାଗ ହେବାରୁ ରକ୍ଷା କରେ। କିସମିସ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ସୃଷ୍ଟି ହୋଇଥାଏ। ଏହାକୁ ଖାଇଲେ ତାହା ସୁନିଦ୍ରାରେ ମଧ୍ୟ ସାହାଯ୍ୟ କରିଥାଏ। ବିଶେଷ ଭାବରେ ପାଣିରେ କିସମିସକୁ ଭଲ ଭାବରେ ପାଣିରେ ଭେଦାଇ ପ୍ରତିଦିନ ଖାଇଲେ ମଧ୍ୟ ଏହା ଶରୀରରେ କ୍ୟାଲ୍ସିୟମ୍ ସୃଷ୍ଟି କରେ ଯାହା ଆଣ୍ଠୁ, ଗଣ୍ଠି ଓ ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରେ।