ମଞ୍ଚରେ ରାମଙ୍କୁ ହାର୍ଟଆଟାକ, ଉଡିଗଲା ପ୍ରାଣବାୟୁ

ନନ୍ଦିଘୋଷ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ .. କରୁଥିଲେ ଅଭିନୟ ଚାଲିଗଲା ଜୀବନ । ଦିଲ୍ଲୀର ଶାହାଦରା ଠାରେ ଚାଲିଥିବା ରାମଲୀଳାରେ ଘଟିଛି ଏଭଳି ଅଘଟଣ । ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିଲେ ବ୍ୟକ୍ତି ।ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଉଡିଯାଇଥିଲା ପ୍ରାଣବାୟୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିଶ୍ୱକର୍ମା ନାଗରର ବାସିନ୍ଦା ସତୀଶ କୌଶିକ ପ୍ରଭୁ ରାମଙ୍କ ଭୂମିକାରେ ଦିଲ୍ଲୀର ଶାହଦରା ଠାରେ ରାମଲୀଳା ଷ୍ଟେଜରେ ଅଭିନୟ କରୁଥିଲେ  । ତାଙ୍କ ଅଭିନୟରେ ଦର୍ଶକ ମଜା ନେଉଥିଲେ ।ଠିକ ସେହି ସମୟରେ ଛାତିରେ ଗମ୍ଭୀର ଯନ୍ତ୍ରଣା ଅନୁଭବ କଲେ । ଏହା ପରେ ବ୍ୟାକଷ୍ଟେଜକୁ ଯିବାପରେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବୟସ ୪୫ବର୍ଷ ଏବଂ ସେ ଜଣେ ପ୍ରପଟି ଡିଲର ଥିଲେ ।

ନବରାତ୍ରୀ ଅବସରରେ ଶାହଦରା ଅଞ୍ଚଳର ବିଶ୍ୱକର୍ମା ନାଗରେ ରାମଲୀଳା ମଞ୍ଚସ୍ଥ ହୋଇଥିଲା। ଶନିବାର ରାତିରେ ରାମଲୀଳା ମଧ୍ୟ ଆୟୋଜିତ ହେଇଥିଲା, ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ସମସ୍ତ ଚରିତ୍ରମାନେ ରାମଲୀଳା ମଞ୍ଚରେ ସେମାନଙ୍କର ଭୂମିକା ତୁଲାଉଥିଲେ | ପ୍ରଭୁ ରାମଙ୍କ ଭୂମିକାରେ ସୁଶୀଲ ଅଭିନୟ କରୁଥିଲେ। ସଂଳାପ କହିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କର ମୃତ୍ୟୁ ହେଇଥିଲା ।

ସତୀଶଙ୍କ ମୃତ୍ୟୁପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାର ସଦସ୍ୟଙ୍କ ଅନୁଯାୟୀ ସତୀଶ କ ଭଗବାନ ରାମଙ୍କର ଜଣେ ବଡ ଭକ୍ତ ଥିଲେ। ସେ ପ୍ରତିବର୍ଷ ରାମଲୀଳା ମଞ୍ଚରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରୁଥିଲେ। ଏହି ବର୍ଷ ମଧ୍ୟ ସେ ରାମଲୀଳାରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିଲେ। ଶନିବାର ରାତିରେ ସେ ସଂଳାପ କହୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କଲା। ଯେତେବେଳେ ସତୀଶ ଯନ୍ତ୍ରଣା ଅନୁଭବ କଲେ, ସେତେବେଳେ ସେ ତାଙ୍କ ଛାତିରେ ହାତ ରଖିଥିଲେ। ସେ ଶୀଘ୍ର ବ୍ୟାକଷ୍ଟେଜରେ ପହଞ୍ଚିଥିଲେ | ରାମଲିଲା କମିଟିର ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।