ଭାଇ ବନିବା ପାଇଁ ରାଜରାସ୍ତାରେ କାର ଷ୍ଟଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଭାଇ ବନିବା ପାଇଁ ରାଜରାସ୍ତାରେ କାର ଷ୍ଟଣ୍ଟ । ପାର୍ବଣ ପୂର୍ବରୁ କମିଶନରେଟ୍‌ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଭାଇଗିରି ଦେଖାଇବାକୁ ଯାଇ ଫିଲ୍ମ ଷ୍ଟାଇଲରେ ରସୁଲଗଡ ଓଭର ବ୍ରିଜରେ ଉପରେ ପାୱାର ସୋ । ଦୀର୍ଘ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ବେପରୁଆ ଗାଡି ଚାଳନା କରିଛନ୍ତି ଦୁର୍ବୃତ୍ତ । ତେବେ ରାସ୍ତା ମଝିରେ ଯୁବକମାନେ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ସଠିକ୍‌ ସମୟରେ ମଞ୍ଚେଶ୍ୱର୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା । ବିଳମ୍ବିତ ରାତିରେ ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ରାସ୍ତା ଅବରୋଧ କରି ଚାଲିଥିଲା ଭିଡିଓ ସୁଟିଂ । ଏହି ଭିଡିଓରେ ସିଗାରେଟ୍‌ ଲଗାଇ ଗୁଣ୍ଡା ବନିବା ପାଇଁ ଚାଲିଥିଲା ସୁଟିଂ । ଆଉ ଏହି ସେହି ଭିଡିଓକୁ ସୋସିଆଲ୍‌ ମିଡିଆରେ କରାଯାଇଛି ଅପଲୋଡ । ୩୦ରୁ ଅଧିକ ଯୁବକ ଭିଡିଓ କରି ଭାଇରାଲ କରିବା ଘଟଣା ଏବେ ବେଶ ଚାଲେଞ୍ଜ ସାବ୍ୟସ୍ତ ହୋଇଛି ।