ତ୍ରିପୁରା ମୋହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ରାମଚଣ୍ଡୀ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସମସ୍ତ ଶକ୍ତି ପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଛି । କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା ରାମଚଣ୍ଡୀଙ୍କୁ ଆଜି ତ୍ରିପୁରା ମୋହିନୀ ବେଶରେ ସଜ୍ଜିତ କରାଯାଇଛି । କୋଣାର୍କ ପୁରୀ ବେଳା ମାର୍ଗସ୍ଥିତ ପବିତ୍ର କୁଶଭଦ୍ରା ନଦୀର ମୁହାଣ ନିକଟରେ ଅବସ୍ଥିତ ରାଜ୍ୟର ଅଷ୍ଠଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ମା ରାମଚଣ୍ଡୀଙ୍କ ପୀଠ । ମା ରାମଚଣ୍ଡୀଙ୍କୁ ନେଇ ରହିଛି ଅନେକ କିମ୍ବଦନ୍ତୀ । ରାଜ୍ୟର ବହୁ ପ୍ରାଚୀନ ଶକ୍ତି ପୀଠ ମାନଙ୍କ ମଧ୍ୟରେ ଅନ୍ୟତନ ମା ରାମଚଣ୍ଡୀ । ସାରଳା ମହାଭାରତ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଲଙ୍କାକୁ ସେତୁ ବାନ୍ଧିବା ପୂର୍ବରୁ ଏହି ପୀଠରେ ମାଙ୍କ ପୂଜାର୍ଚନା କରି ଚଣ୍ଡୀପାଠ କରିଥିଲେ  । ତ୍ରେତୟା ଯୁଗରୁ ଏହି ଶକ୍ତିପୀଠ ମା ରାମଚଣ୍ଡୀ ଭାବେ ନାମିତ ହୋଇ ପୂଜିତ ହେଉଛନ୍ତି ।  ମା ରାମଚଣ୍ଡୀ ଆଜି ତ୍ରିପୁରା ମୋହିନୀ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି । ପାର୍ବଣର ଏହି ମହାର୍ଘ୍ୟ ସମୟରେ ମାଙ୍କୁ ଦର୍ଶନ କରି କରୁଣା ଲାଭ କରିବା ପାଇଁ ମାଙ୍କ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଛି ।