ଆରମ୍ଭ ହେଲା ଶିଶିର ସରସ: କନ୍ଧମାଳର ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ଶୀତୁଆ ସଂଧ୍ୟାରେ ଆରମ୍ଭ ହେଲା ଜାତୀୟସ୍ତରୀୟ ମେଳା ଶିଶିର ସରସ ୨୦୨୦ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର କାରିଗରଙ୍କ ଦ୍ଵାରା ସବାଇ ଘାସରେ ତିଆରି ଫୁଲ ଚାଙ୍ଗୁଡା ଓ କନ୍ଧମାଳ ହଳଦୀ କିଣିଛନ୍ତି ମୁଖ୍ୟମନ୍ତ୍ରୀ । 

ରାଜ୍ୟ ସମେତ ଦେଶର ୨୫ଟି ରାଜ୍ୟର ୩୦୦ଟି ଷ୍ଟଲ ମେଳାରେ ପଡିଛି । ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ସାମଗ୍ରୀ ଏବଂ ଶୀତ ପୋଷାକ, ଉତ୍ତର ପ୍ରଦେଶର ସିଲ୍କ ଏବଂ ରଟ୍‌ ଆଇରନ ସାମଗ୍ରୀ ଷ୍ଟଲ ମେଳାର ଆକର୍ଷଣ ସାଜିଛି ।

ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଭାଗୀୟ ସଚିବ ପ୍ରମୁଖ ଯୋଗ ଦେଇଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ଜଣାପଡ଼ିଛି ।

Leave a Reply