ପୁରୀରେ ପହଞ୍ଚି ପାକିସ୍ତାନୀ ହିନ୍ଦୁ ପ୍ରସାଦ ଖାଇଲେ, ମାଳି ଜପିଲେ

ପୁରୀ: ପୁରୀରେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ । ହାତରେ ତୁଳସୀ ମାଳି ମୁହଁରେ ଜଗନ୍ନାଥଙ୍କ ନାମ । ଜଣେ କି ଦୁଇଜଣ ନୁହଁ । ଏକାଥରକେ ଶହେରୁ ଉର୍ଦ୍ଧ୍ୱ ପାକିସ୍ତାନରେ  ରହୁଥିବା ହିନ୍ଦୁ ପର୍ଯ୍ୟଟକ ଦର୍ଶନରେ ଆସିଛନ୍ତି । ଉଭୟ ପୁରୁଷ ଓ ମହିଳା ଶୁକ୍ରବାର ବସ ଯୋଗେ ପୁରୀରେ ପହଞ୍ଚିବା ପରେ ରାତ୍ରୀ ଯାପନ କରିଥିଲେ ।

ଆଜି ସକାଳୁ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଥିଲେ । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସମ୍ପର୍କ ରହିଛି  । ଉଭୟ ଦେଶର ସୀମାରେ ଏବେ ବି ସେନାଙ୍କ ମଧ୍ୟରେ ଚାଲିଛି ଛକା ପଞ୍ଝା  । ଏଭଳି ପରିସ୍ଥିତିରେ ପାକିସ୍ତାନରେ ରହୁଥିବା  ହିନ୍ଦୁ ମାନେ ଉଭୟ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ କାମନା କରିଛନ୍ତି  ।

ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇ ସେମାନଙ୍କ ଜୀବନ ସାର୍ଥକ ହୋଇଛି ବୋଲି କହିଛନ୍ତି । ସେପଟେ ଅଧିକାଂଶ ହାତରେ ମାଳି ଧରି ଜପ କରୁଥିବା ଦେଖିବାକୁ ମିଳିଛି ।

Leave a Reply