ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା; ନିର୍ଦ୍ଦେଶ ଦେଲେ ବେଙ୍ଗାଲୁରୁ କୋର୍ଟ

ନୂଆଦିଲ୍ଲୀ: ଅଡୁଆରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା । ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଲେ ବେଙ୍ଗାଲୁରୁ କୋର୍ଟ । ନିର୍ବାଚନୀ ବଣ୍ଡ୍ ଯୋଗେ ଜବରଦସ୍ତି ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗରେ ଏହି ମାମଲା ରୁଜୁ ହେବ ।

ଜନାଧିକାର ସଂଘର୍ଷ ସଙ୍ଗଠନ ପକ୍ଷରୁ ଏନେଇ ସୀତାରମଣ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଥିଲା। ଏହାପରେ ବେଙ୍ଗାଲୁରୁ ସ୍ଥିତ ଜନପ୍ରତିନିଧିର ବିଶେଷ ଅଦାଲତ ସୀତାରମଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତିଳକ ନଗର ପୁଲିସ୍‌ ଏବେ ସୀତାରମଣ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜୁ କରିବ ।

ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା।