ବାପାଙ୍କ ମୃତଦେହ ସହ ଏମିତି ରହୁଥିଲା ପୁଅ

କୋଲକାତା: ବାପାଙ୍କ ମରଶରୀର ସହ ୫ ଦିନ ବିତାଇଲା ପୁଅ । ପୋଲିସ ଗୁରୁବାର ଦିନ କୋଲକତା ସହରର ବୋହାଲା ଅଞ୍ଚଳର ଏକ ଘରୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ଯେଉଁଠି ବୃଦ୍ଧଙ୍କ ପୁଅ ୫ ଦିନ ହେବ ତାଙ୍କ ବାପାଙ୍କ ମରଶରୀର ସହ ରହି ଆସିଥିଲା ।

ସୂଚନା ଅନୁସାରେ ବୃଦ୍ଧଙ୍କ ବଡ଼ ପୁଅ ଅଶୋକ କୁମାର ଘୋଷ ପୋଲିସଙ୍କୁ ଫୋନ କରି ତାଙ୍କ ବାପାଙ୍କ ମୃତ୍ୟୁ କଥା କହିବା ସହ ତାଙ୍କ ସାନ ଭାଇ ଅଜିତ୍ କୁମାରଙ୍କ ବିଷୟରେ କହିଥିଲେ ।

ସାନପୁଅ ଅଜିତ୍ ତାଙ୍କ ବାପାଙ୍କ ମୃତ୍ୟୁ କଥା ବଡ଼ଭାଇକୁ ମଧ୍ୟ ଜଣେଇ ନଥିଲେ । ବଡ଼ଭାଇ ଅଶୋକ ଅନ୍ୟ ସ୍ଥାନରେ ରହିବା ହେତୁ ସେ ମଧ୍ୟ ଏ ବିଷୟରେ କୌଣସି ସୂଚନା ପାଇପାରି ନଥିଲା । ତେବେ ଅଶୋକ ସନ୍ଦେହ କରି ବାପାଙ୍କ ପାଖକୁ ଆସି ବାପାଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଫୋନ କରି ଏ ବିଷୟରେ ଜଣାଇଥିଲେ ।

ଅଶୋକଙ୍କ କହିବା ଅନୁସାରେ ଅଜିତଙ୍କର ମାନସିକ ବିକୃତି ଥିବାରୁ ସେ ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଏବଂ ବାପାଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ନିରାଶ ହୋଇଯାଇଥିଲେ । ତେଣୁ ସେ ଏବିଷୟରେ କାହାରିକୁ ନଜଣେଇ ତାଙ୍କ ମର ଶରୀର ସହ ୫ ଦିନ ବିତାଇଛନ୍ତି । ପୋଲିସ ଗଳିତ ମୃତଦେହକୁ ଉଦ୍ଧାର କରିବା ସହ ଅଜିତଙ୍କୁ ହେପାଜତରେ ନେଇଛି ।

Leave a Reply