ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ ! ଆଗାମୀ ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ସଲଗ୍ନ ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲା ସମ୍ବଲପୁର, ଦେଓଗଡ, ଅନୁଗୋଳ ଆଦିର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ଆସନ୍ତା କାଲି ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ବର୍ଷାର ପରିମାଣ ଓ ବିସ୍ତୃତିରେ ବୃଦ୍ଧି ସହ ଉପକୂଳ ଓ ଏହା ସଲଗ୍ନ ଜିଲ୍ଲାରେ ଗୋଟିଏ ବା ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଛି । ସେପ୍ଟେମ୍ବର ୩୦ ଯାଏଁ ଓଡ଼ିଶାରେ ବର୍ଷା ଜାରି ରହିବା ସମ୍ଭାବନା ରହିଛି ।