ମାଛ କିଲୋ ୨୫ ହଜାର ୫୦୦ ଟଙ୍କା, ୯ ଟି ମାଛର ଦାମ ୧୫ ଲକ୍ଷ

ଦୀଘା :  ମାଛ କଲା ଲକ୍ଷ ପତି । ୯ ଟି ମାଛର ଦାମ ୧୫ ଲକ୍ଷ ଟଙ୍କା । କିଲୋ ପ୍ରତି ୨୫ ହଜାର ୫୦୦ ଟଙ୍କାରେ ହେଲା ବିକ୍ରି । ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ  ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଶନିବାର ଦୀଘା ମୁହାଣରେ ନିଲାମ ପାଇଁ  ୯ଟି ତେଲିଆ ଶିଳା ମାଛ ଆସିଥିବା ବେଳେ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଥମ ୨ଟି ମାଛ ୪୮କେଜି ହୋଇଥିଲା ବେଳେ ଏହା କିଲୋ ପ୍ରତି ୧୩ ହଜାର ୫ଶହ ଟଙ୍କା ଦରରେ ବିକ୍ରି ହୋଇ ଥିଲା । ମାଛ ବିକ୍ରିରୁ ମୋଟ ୬ଲକ୍ଷ ୪୮ହଜାର ଟଙ୍କା ଆଦାୟ ହୋଇଥିଲା । ଅନ୍ୟ ୩ ଟିର ଓଜନ ୫୮ କେଜି ରହିଥିବା ବେଳେ ମୋଟ ୫ ଲକ୍ଷ ୫୧ ହଜାର ଟଙ୍କା ବିକ୍ରି ହୋଇଥିଲା । ସେହିପରି ବାକି ୪ଟି ମାଛର ଓଜନ ୯୩ କିଲୋ ହୋଇଥିବା ବେଳେ ୩ଲକ୍ଷ ୧୬ହଜାର ୨ଶହ ଟଙ୍କାରେ ବିକ୍ରି ହୋଇଥିଲା । ସର୍ବମୋଟ ୧ କୁଇଣ୍ଟାଲ ୯୯ କିଲୋ ମାଛ ୧୫ ଲକ୍ଷ ୧୫ ହଜାର ୨ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି। ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ଦୃଷ୍ଟିରୁ ଏହାର ଯଥେଷ୍ଟ ଚାହିଦା ରହିଛି ।