ଭରତପୁର ଥାନା ଘଟଣା: ‘ନ୍ଯାୟ ନମିଳିବା ଯାଏଁ ବିଜୁ ମହିଳା ଦଳ ଚୁପ ବସିବ ନାହିଁ’

ଭୁବନେଶ୍ୱର: କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ବର୍ବରତାକୁ ବିରୋଧ କରି ରାଜଭବନ ଆଗରେ ବିଜେଡିର ବିକ୍ଷୋଭ । ନ୍ଯାୟ ନମିଳିବା ଯାଏଁ ବିଜୁ ମହିଳା ଦଳ ଚୁପ ବସିବ ନାହିଁ । ଏଇ ଲଢେଇ ଗାଁକୁ ଯିବ ବୋଲି ଘୋଷଣା କରିଛି ବିଜୁ ମହିଳା ୱିଙ୍ଗ। ରାଜ୍ଯରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଜଣେ ସେନା ଅଧିକାରୀଙ୍କୁ ଥାନାରେ ମାଡ଼ ମରାଗଲା। ଜଣେ ସେନା ଅଧିକାରୀଙ୍କ ଝିଅଙ୍କୁ ଥାନାରେ ଅସଦାଚରଣ କରିଛନ୍ତି ନିଜେ ଆଇଆଇସି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଆଉ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ବୋଲି ବିଜେଡି ଅଭିଯୋଗ କରି ଆନ୍ଦୋଳନ କରିଛି ।

ଅନ୍ୟପଟେ ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଯଦି ସରକାର କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତେବେ ଆଜି କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିନଥାନ୍ତା ବୋଲି ଦଳ କହିଛି। ତେଣୁ ଗାଁକୁ ଯାଇ ଲୋକଙ୍କୁ ଅବଗତ କରିବ ଦଳ । ଗୋଟେ ପଟେ ସୁଭଦ୍ରା ଯୋଜନା ଅନ୍ୟପଟେ ମହିଳାଙ୍କୁ ଅସମାନ । ସିସିଟିଭି ଫୁଟେଜ ଗାଏବ। କ୍ରାଇମବ୍ରାଞ୍ଚ ତଦନ୍ତ କାହା ପାଇଁ । ଏସଆଇଟି ତଦନ୍ତ ଦାବି କରୁଛୁ ବୋଲି କହିଛି ବିଜେଡି । କ୍ୟାପଟେନ ଓ ତାଙ୍କ ବାନ୍ଧବୀଙ୍କୁ ନ୍ୟାୟ ଦେବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।