ପୂର୍ବର ନବୀନ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

1 min read

ଭୁବନେଶ୍ବର: ପୁଣି ଦେଶରେ ଚମକିଲା ପୂର୍ବର ନବୀନ ସରକାର । ଅର୍ଥନୈତିକ ବିକାଶରେ ନବୀନ ଓଡ଼ିଶା ସାରା ଦେଶରେ ଉଦାହରଣ । ଏନେଇ ସାର୍ଟିଫିକେଟ ଦେଇଛି ଖୋଦ୍ କେନ୍ଦ୍ର । ଦେଶର ଜିଡିପିରେ ଓଡ଼ିଶାର ଯୋଗଦାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି । ପିଏମ ୱାର୍କିଂ ପେପରରେ ଓଡ଼ିଶାର ଅର୍ଥନୈତିକ ବିକାଶକୁ ପ୍ରଶଂସା କରାଯାଇଛି ।

ଗତ ଦୁଇ ଦଶନ୍ଧିରେ ଓଡ଼ିଶାର ଅର୍ଥନୀତିରେ ଆଖିଦୃଶିଆ ବିକାଶ ଘଟିଛି । ଇଏସି-ପିଏମ ରିପୋର୍ଟ ଅନୁସାରେ ୨୦୦୦-୦୧ ଆର୍ଥିକ ବର୍ଷରେ ଓଡ଼ିଶାର ମୁଣ୍ଡପିଛା ଆୟ ୫୫.୮ ପ୍ରତିଶତ ରହିଥିବାବେଳେ ୨୦୨୩-୨୪ରେ ଏହା ୮୮.୫ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ୨୦୦୦-୦୧ରେ ଦେଶର ଜିଡିପିରେ ଓଡ଼ିଶାର ଯୋଗଦାନ ରହିଥିଲା ମାତ୍ର ୨.୩ ପ୍ରତିଶତ । ଯାହାକି ୨୦୨୩-୨୪ରେ ୨.୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇ ଖୁସି ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ସରକାରର ଦକ୍ଷ ଅର୍ଥନୈତିକ ପରିଚାଳନା ଓ ସାମଗ୍ରିକ ବିକାଶ ନୀତି ଏହି ସଫଳତା ଆଣି ଦେଇଛି ।