ବିଜେପି ସରକାରକୁ ବିଜେଡିର ସମାଲୋଚନା, ଶହେ ଦିନରେ ଲୋକଙ୍କ ଆକାଂକ୍ଷା ପୂରଣ ହୋଇନି

1 min read

ନନ୍ଦିଘୋଷ ବ୍ୟୁରୋ: ବିଜେପିର ପ୍ରତଶୃତି ପାଣିର ଗାର। ସରକାରକୁ ଆସିବାର ଶହେ ଦିନ ଭିତରେ ଯେଉଁ ସବୁ କାମ କରିବାକୁ ନିର୍ବାଚନ ଆଗରୁ ବିଜେପି ପ୍ରତିଶୃତି ଦେଇଥିଲା, ତାହା ପୂରଣ ହୋଇନି। ଏପରି କହି କଡ଼ା ସମାଲୋଚନା କରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡିର ସଂଜୟ ଦାସବର୍ମା କହିଛନ୍ତି-ମାଗଣା ବିଜୁଳି,  3 ହଜାର ଟଙ୍କା ଭତ୍ତା ପ୍ରସଙ୍ଗରେ ସରକାର ନିରୁତ୍ତର। ସୁଭଦ୍ରା ଯୋଜନାରେ ପୂର୍ବରୁ କହିଥିଲେ 50 ହଜାର ଦେବେ, କିନ୍ତୁ ତାହା 5 ବର୍ଷ ଲାଗିବ। ମହିଳାଙ୍କୁ ପ୍ରତାରିତ କରାଯାଇଛି ସୁଭଦ୍ରା ଯୋଜନାରେ। ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ।  ରାଜ୍ୟପାଳ ପୁଅଙ୍କ ମାଡ ପ୍ରସଙ୍ଗରେ ସରକାର ଚୁପ୍। 20 ସାଂସଦ ନେଲେ, କିନ୍ତୁ ବଜେଟରେ ଓଡିଶା ପାଇଁ କିଛି ନାହିଁ। ଆନ୍ଧ୍ର ଓ ବିହାର କୁ ସ୍ଵତନ୍ତ୍ର ଅନୁଦାନ ମିଳିଲା। ନବୀନ ବାବୁ ଓଡିଶାକୁ ରାଜସ୍ଵ ବଳକା ରାଜ୍ୟରେ ପରିଣତ କରିଛନ୍ତି।

ସ୍ଵତନ୍ତ୍ର ରାଜ୍ଯ ପାହ୍ୟା ଓ ସ୍ଵତନ୍ତ୍ର ପ୍ଯାକେଜ ବିଜେଡି ଦାବି ବୋଲି କହିଛନ୍ତି ସଂଜୟ ଦାସବର୍ମା। ସେହିପରି କଂଗ୍ରେସର ଜୟଦେବ ଜେନା ମଧ୍ୟ ସୁଭଦ୍ରା, ମାଗଣା ବିଜୁଳି ଭତ୍ତାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି।  ସେହିପରି କଂଗ୍ରେସ ମୁଖପାତ୍ର ବିଶ୍ଵରଂଜନ ମହାନ୍ତି ଅଭିଯୋଗ କରିଛନ୍ତି, ମୋଦି ଓଡ଼ିଶା ଆସି ଜନ୍ମଦିନ ପାଳନ କଲେ, ହେଲେ ଓଡ଼ିଶାକୁ କିଛି ଦେଲେନି।

ଓଡ଼ିଶାରେ ଅଛନ୍ତି ୨ କୋଟି ୨୫ ଲକ୍ଷରୁ ଅଧିକ ମହିଳା। କିନ୍ତୁ ସୁଭଦ୍ରା ଯୋଜନାରେ ୫୦ ପ୍ରତିଶତ ମହିଳା ବି ଟଙ୍କା ପାଇବେନି। ଦରଦାମ ଏବେ ଆକାଶ ଛୁଆଁ l ମାସକୁ 833 ରେ କିପରି ମହିଳା ସଶକ୍ତି କରଣ ହେବେ l 34 ଲକ୍ଷ ପକାଘର ଆବଶ୍ୟକ, ବର୍ତ୍ତମାନ ସୁଦ୍ଧା ମାତ୍ର 16 ଲକ୍ଷ ପକା ଘର ଦେଇଛନ୍ତି l କୁଆଡେ ଗଲା ବିଜେପିର ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରତିଶ୍ରୁତି l ୨୦ ଜଣ ସାଂସଦ ଓଡିଶାରୁ ନିର୍ବାଚିତ ହେଲେ କିନ୍ତୁ ଓଡ଼ିଶା ପାଇଲା କଣ  ବୋଲି ସେ ପ୍ରଶ୍ନ କରିଛନ୍ତି।