ଲୁଚି ଛପି ବିବାହ କଲେ ଅଦିତି

1 min read

ମୁମ୍ବାଇ : ନିକଟରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ‘ହୀରାମଣ୍ଡି’ ଓ୍ବେବସିରିଜରେ ନିଜର ଚମକଦାର ଅଭିନୟରେ ଦର୍ଶକଙ୍କ ମନକୁ କିଣି ନେଇଥିବା ବଲିଉଡ୍ ଅଭିନେତ୍ରୀ ଅଦିତି ରାଓ ହେଦରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅଦିତି ନିଜର ପ୍ରେମିକ ବଲିଉଡ ଅଭିନେତା ସିଦ୍ଧାର୍ଥଙ୍କ ସହ ବିବାହ କରିଛନ୍ତି । ଦୁହେଁ ବାନାପର୍ଥୀରେ ଥିବା  ୪୦୦ ବର୍ଷ ପୁରୁଣା ଶ୍ରୀରଙ୍ଗ ମନ୍ଦିରରେ ଗୁପ୍ତ ଭାବରେ ବିବାହ କରିଛନ୍ତି । ଅଦିତି  ନିଜର ବିବାହର ଫଟୋ ଇନଷ୍ଟାଗ୍ରାମରେ ସେୟାର୍ ମଧ୍ୟ କରିଛନ୍ତି । ଯେଉଁଥିରେ କି ସେ ନିଜକୁ ମିଷ୍ଟର ଏବଂ ମିସେସ୍ ଅଦୁ-ସିଦ୍ଧୁ ବୋଲି କହି ସମ୍ବୋଧନା କରିଛନ୍ତି  ।

ଫଟୋ ସହ ଅଦିତି ଏକ ସୁନ୍ଦର ବାର୍ତ୍ତାରେ ଲେଖିଛନ୍ତି ଯେ ,“ତୁମେ ମୋର ଚନ୍ଦ୍ର, ସୂର୍ଯ୍ୟ ଏବଂ ତାରା । ପରୀ ରାଇଜର କାହାଣୀ ପରି ତୁମେ ସବୁବେଳେ ମୋ ସହ ରହିବ । ହସ, ଖୁସିରେ ରହିବା ,କେବେ ବି ବଡ ହେବା ନାହଁ । ସବୁବେଳେ ଭଲପାଇବା ,ଯାଦୁ ବନେଇ ରଖିବା “।

ସୂଚନା ଅନୁସାରେ ,ଦୁହିଁଙ୍କର ଏହା ଦ୍ବିତୀୟ ବିବାହ ଅଟେ । ଅଦିତିଙ୍କର ପ୍ରଥମ ବିବାହ ସତ୍ୟଦୀପ ମିଶ୍ରାଙ୍କ ସହ ହୋଇଥିଲା । ଯିଏ କି ଏବେ ଅଭିନେତ୍ରୀ ତଥା ଫେସନ୍ ଡିଜାଇନର ମସାବା ଗୁପ୍ତାଙ୍କର ସ୍ବାମୀ । ସେହିପରି ସିଦ୍ଧାର୍ଥଙ୍କର ମଧ୍ୟ ପ୍ରଥମ ବିବାହ ବେଶି ଦିନ ରହିପାରିନଥିଲା  ।

ବର କନ୍ୟା ସାଜିଥିବା ସିଦ୍ଧାର୍ଥ ଏବଂ ଅଦିତିଙ୍କର ବିବାହ ଲୁକ୍ ଖୁବ୍ ସାଧାସିଧା ଥିଲା । କନ୍ୟା ସାଜିଥିବା ଅଦିତି ପୁରା ସାଧା ସିଧା ଗୋଲଡେନ୍ ରଙ୍ଗର ଲେହଙ୍ଗା  ପିନ୍ଧିଥିଲେ । ଏହା ସହ ସାଉଥ୍ ଇଣ୍ଡିଆନ୍ ଲୁକକୁ ପୁରା କରିବା ପାଇଁ ସେ ଝୁମକା , ଚୁଡି, ବେକରେ ଚୋକର ସହ କେଶରେ ଗଜରା ମାଳ ଲଗାଇଥିଲେ । ସେହିପରି ସିଦ୍ଧାର୍ଥ ଧଳା ରଙ୍ଗର କୁର୍ତା ସହ ଗୋଲଡେନ୍ ବର୍ଡରର ଲୁଙ୍ଗି ପିନ୍ଧିଥିଲେ । ଏକ ଫଟୋରେ ଖୁବ୍ ସାରା ବିବାହର ପରମ୍ପରାରେ ଉଭୟଙ୍କୁ ବହୁତ ସ୍ତ୍ରୀ ଲୋକ ଆର୍ଶୀବାଦ ଦେଉଥିବାର ଅଦିତି ପୋଷ୍ଟ ମଧ୍ୟ କରିଛନ୍ତି । ଅଦିତି ଏବଂ ସିଦ୍ଧାର୍ଥଙ୍କର ଦେଖା ସାକ୍ଷାତ ଫିଲ୍ମ ‘ମହାସମୁଦ୍ରମ’ ର ସେଟରେ ୨୦୨୧ରେ ହୋଇଥିଲା  ।