ମଇଁଷି ଚରାଳୀଙ୍କୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା: ପୁଣି ମାତିଛି ମଣିଷଖିଆ କୁମ୍ଭୀର । ମଇଁଷି ଚରାଇବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା କୋଲିଢିଅ ପଞ୍ଚାୟତ ଇଚ୍ଛାପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ଜୋର ପାର ହେବା ବେଳେ  ଅଜାମ୍ବର ନାୟକଙ୍କୁ କୁମ୍ଭୀର ଟାଣିନେଇଛି । ଅଭିଯୋଗ ଅନୁସାରେ ଅଜାମ୍ବର ଓ ବାବୁରାମ ନାୟକ ମଇଁଷି ଚରାଇବାକୁ ଯାଇଥିଲେ । ଜୋର ପାର ହେବା ନିମନ୍ତେ ଡଙ୍ଗା ନିକଟକୁ ଯାଇଥିବା ବେଳେ ଏକ କୁମ୍ଭୀର ଅଜାମ୍ବରଙ୍କୁ ଭିଡ଼ିନେଇଥିଲା । ଏନେଇ ବାବୁରାମ ଗାଁରେ ଖବର ଦେବାପରେ ଅଗ୍ନିଶମ ବାହିନୀ, ପୋଲିସ ଓ ବନ ବିଭାଗ ମିଳିତ ଭାବେ ନିଖୋକ ଅଜାମ୍ବରଙ୍କୁ ଖୋଜାଖୋଜି କରୁଛନ୍ତି ।