spot_img

Latest Posts

ଶ୍ବଶୁର ଘରକୁ ନୂଆଁଖାଇ ପାଇଁ ଆସି ସ୍ତ୍ରୀର ଗଳା କାଟି ହତ୍ୟାକଲା ସ୍ବାମୀ

ବୌଦ୍ଧ: ନୂଆଁଖାଇ ରାତି ପାଲଟିଲା କାଳରାତି। ଶ୍ବଶୁର ଘରକୁ ନୂଆଁଖାଇ ପାଇଁ ଆସି ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି କଣ୍ଟାମାଳ ଥାନା ଚାରଭାଟି ଗାଁରେ। ହତ୍ୟାକାରୀ ସ୍ୱାମୀଙ୍କ ନାମ ହେଲା ସର୍ବେ ନାଏକ ଏବଂ ମୃତ ମହିଳାଙ୍କ ନାମ ଅଞ୍ଜଳି ତରିଆ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । କୌଣସି ଏକ ଧାରୁଆ ଅସ୍ତ୍ର ରେ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି

ସୂଚନା ମୁତାବକ, କଣ୍ଟାମାଳ ଥାନା ଚରଭାଟି ଗାଁର ଅଞ୍ଜଳି ତରିଆ ଘଣ୍ଟାପଡା ଥାନାର ବଡବାହାଲର ସର୍ବେ ନାଏକକୁ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ଏକ ବର୍ଷ ହେବ ଚରଭାଟିସ୍ଥିତ ବାପାଙ୍କ ଘରେ ଆସି ରହିଥିଲେ। ଗତକାଲି ଗଣପର୍ବ ନୂଆଖାଇ ପାଇଁ ସ୍ୱାମୀ ସର୍ବେ ଶ୍ବଶୁର ଘରକୁ ଆସିଥିଲା ଏବଂ ନୂଆଖାଇ ସାରି ସମସ୍ତେ ଶୋଇବା ପରେ ସ୍ତ୍ରୀକୁ ବିଳମ୍ବିତ ରାତିରେ କୌଣସି ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Latest Posts

Don't Miss