ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ

1 min read

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳ ବଦଳ । ଜେଲ୍ ବିଭାଗର ଡିଜି ଭାବେ ୧୯୮୮ ବ୍ୟାଚ୍ ଆଇପିଏସ୍ ଏସ.କେ ଉପାଧ୍ୟାୟଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ଏବେ ସିଆଇଡି-ସିବିର ଏଡିଜିପି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ୧୯୯୩ ବ୍ୟାଚର ଆଇପିଏସ୍ ଅଫିସର ଆର.ପି. କୋଚେ SAP ଏଡିଜିପି ହୋଇଛନ୍ତି ।

ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ଭାବେ ଏଡିଜି କ୍ରାଇମବ୍ରାଞ୍ଚ ଦାୟିତ୍ୱ ମିଳିଛି । ତା ସହ ସେ ଆଡିସନାଲ ଡିଜି ଆଇନ୍ ଓ ଶୃଙ୍ଖଳା ଦାୟିତ୍ୱରେ ରହିବେ ।

୨୦୦୦ ବ୍ୟାଚର ଆଇପିଏସ୍ ଅଫିସର ୱାଇ. କୋଏଲ ପୋଲିସ ମୁଖ୍ୟାଳୟରେ ଆଇଜିପି ଭାବେ କାର୍ଯ୍ୟ କରିବେ । ସେହି ବ୍ୟାଚର ଆଇପିଏସ୍ ଅଫିସର ଅନୁପ କୁମାର ସାହୁ ଅତିରିକ୍ତ ଭାବେ ଟ୍ୱିନ୍ ସିଟିର ଆଡିସନାଲ ପୋଲିସ କମିଶନର ଦାୟିତ୍ୱ ସମ୍ଭାଳିବେ । ସେ ବର୍ତ୍ତମାନ ଭୁବନେଶ୍ୱର ଡିସିପି ଅଛନ୍ତି ।

ଅଫିସରଙ୍କୁ ନୂଆ ବର୍ଷ ଭେଟି, ୪୭ ଆଇପିଏସ୍‌ ଓ ଆଇଏଏସ୍‌ଙ୍କୁ ପଦୋନ୍ନତି

Leave a Reply