‘ନିଜ ସ୍ବାର୍ଥ ପାଇଁ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି ସୁଜିତ’

ଭୁବନେଶ୍ବର : ସୁଜିତ କୁମାର ଦଳରୁ ବିଦା ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ସୁଜିତ ଦଳରେ ବେଶ ସକ୍ରିୟ ଥିଲେ । କ୍ଷମତା ଅଳିନ୍ଦର ବେଶ ନିକଟତର ଥିଲେ । ଯଦି ମନ ଉଣା ଥିଲା ତାହେଲେ କହିବାର ଥିଲା । ସବୁ କ୍ଷମତା ଉପଭୋଗ କରି ସାରିବା ପରେ ମନ ଉଣା ଥିଲା କାହିଁକି କହିଲେ ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ନୂଆ ଅଙ୍ଗୁର ସନ୍ଧାନରେ ଗଲା ପରେ କହିବାର ଥିଲା କି ? ମମତା ମହାନ୍ତ ଯିବା ସମୟରେ ସୁଜିତଙ୍କୁ ଫୋନ କରିଥିଲେ ଦେବୀ । ସେ ସମୟରେ ସୁଜିତ ଦଳ ଛାଡିବେନି ବୋଲି ଦେବୀଙ୍କୁ କହିଥିଲେ । ବିଜେଡି ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ । ନବୀନ ପଟ୍ଟନାୟକଙ୍କ ବିକାଶର ଚାପ ଲୋକେ ଜାଣିଛନ୍ତି । ଗାଁରୁ ସହର ଯାଏଁ ବିଜେଡି ବିକାଶ ଆଣିଛି । ଆଗକୁ ଦଳ ଲୋକଙ୍କ ବିକାଶ ପାଇଁ ଉଦ୍ଯମ ଜାରି ରଖିବ ବୋଲି କହିଛନ୍ତି ଦେବୀ । ସେପଟେ ନିଜ ସ୍ବାର୍ଥ ପାଇଁ ସୁଜିତ କୁମାର ଦଳ ଛାଡିଛନ୍ତି ବୋଲି କହିଛନ୍ତି ବିଜେଡିର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ।