ରାତି ପାହିଲେ ନୂଆଁଖାଇ; ଆଜି ଇଷ୍ଟଦେବୀ ସମଲେଶ୍ୱରୀ, ପାଟଣେଶ୍ୱରୀ ଓ ବିଭିନ୍ନ ଦେବୀ ମନ୍ଦିରରେ ପହଞ୍ଚିବ ପାହୁର

1 min read

ନନ୍ଦିଘୋଷ ବ୍ୟୁରୋ: ରାତି ପାହିଲେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ I ନୂଆଁଖାଇ ପାଇଁ ଘରେ ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଇଷ୍ଟଦେବୀ ସମଲେଶ୍ୱରୀ, ପାଟଣେଶ୍ୱରୀ ଓ ବିଭିନ୍ନ ଦେବୀ ମନ୍ଦିରରେ ପାହୁର ପହଁଞ୍ଚିବ I ଆଦି ପରମ୍ପରା ଅନୁସାରେ ଆଜି ଠାରୁ ଇଷ୍ଟଦେବୀଙ୍କ ମନ୍ଦିରରେ ନୂଆଁଖାଇ ପାଇଁ ସମସ୍ତ ପ୍ରକାର ନୂଆଁ ସାମଗ୍ରୀ ପହଞ୍ଚିଥାଏ। ଏନେଇ ବଲାଙ୍ଗୀର କୋଶଳି ସାଂସ୍କୃତିକ ସଂଘ ପକ୍ଷରୁ ବିଭିନ୍ନ ଦେବାଦେବୀଙ୍କ ନିକଟରେ ପାହୁର ପହଁଞ୍ଚିବ I ନୁଆଁଖାଇରେ ଦେବାଦେବୀଙ୍କ ଠାରେ ଲାଗି ହେଉଥିବା ନୂଆଁ ଧାନ, ରୋଷେଇ ସାମଗ୍ରୀ, ନୂଆଁ ବସ୍ତ୍ର ଠାରୁ ଆରମ୍ଭ କରି ସମସ୍ତ ନୂଆଁ ସମାଗ୍ରୀ ପାହୁରରେ ଇଷ୍ଟଦେବୀଙ୍କ ମନ୍ଦିରକୁ ନିଆଯିବ I ନିର୍ଦ୍ଧାରିତ ଲଗ୍ନରେ ଦେବାଦେବୀଙ୍କ ନିକଟରେ ନବାର୍ଣ୍ଣ ଲାଗି ହେବା ପରେ ସହରବାସୀ ନିଜ ନିଜ ଘରେ ନବାର୍ଣ୍ଣ ଖାଇବେ I

ଆସନ୍ତାକାଲି ସକାଳ ତୁଳା ଲଗ୍ନ ମାହେନ୍ଦ୍ର ବେଳାର ୯ଟା ୩୫ମିନିଟରୁ ୧୦ଟା ୦୭ ମିନିଟ ମଧ୍ୟରେ ନାବାନ୍ନ ଲାଗିହେବ। ନୂଆଁଖାଇ ପାଇଁ ପଣ୍ଡିତ ମହାସଭାରେ ଲଗ୍ନଧାର୍ଯ୍ୟ ହୋଇଛି I ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ବଲାଙ୍ଗୀରବାସୀ ସପରିବାର ଏକାଠି ହୋଇ ନୂଆଁ ଖାଇବେ I