ପୁଣି ଟ୍ରେନ୍‌ ଦୁର୍ଘଟଣା; ଜବଲପୁରରେ ସୋମନାଥ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ

ନନ୍ଦିଘୋଷ ବ୍ୟୁରୋ: ପୁଣି ଟ୍ରେନ୍‌ ଦୁର୍ଘଟଣା। ମଧ୍ୟପ୍ରଦେଶର ଜବଲପୁରରେ ସୋମନାଥ ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୫:୫୦ରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ପଶ୍ଚିମ କେନ୍ଦ୍ରୀୟ ରେଳବାଇର ସି.ଆର.ପିଟ୍ରେନ ଚଳାଚଳଙ୍କ କହିବା ମୁତାବକ, ଟ୍ରେନଟି ଇନ୍ଦୋରରୁ ଆସୁଥିଲା। ଆଜି ଭୋରୁ ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୬ ଆଡକୁ ଯିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରେନ୍‌ର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା।

ବାସ୍ତବରେ ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଜବାଲପୁରର ମଦନ ମହଲ ଷ୍ଟେସନରୁ ମୁଖ୍ୟ ରେଳ ଷ୍ଟେସନକୁ ଆସିବା ବାଟରେ ଆଇଟ୍ ପଏଣ୍ଟ ଠାରେ ବାରମ୍ୱାର ଟ୍ରେନଗୁଡିକ ଲାଇନଚ୍ୟୁତ ହୋଇଛି। ଏହା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପଏଣ୍ଟକୁ ଠିକ୍ କରାଯାଇ ନାହିଁ । ଏବେ ପୁଣି ଥରେ ସେହି ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ହୋଇଛି ।